nua o banner

ସେନା ଗୁଳିରେ ୪ ଆତଙ୍କବାଦୀ ନିହତ

BSKY banner  750×100
0

ଜମ୍ମୁ: ଗତ ୪ ଦିନ ହେଲା ରାଜୋରି ଜିଲା ସୁନ୍ଦରବନ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଜଣାପଡ଼ିବା ପରେ ସେନା ପକ୍ଷରୁ ସନ୍ଧାନୀ ଅଭିଯାନ ଚାଲିଥିଲା। ତେବେ ଆଜି ସକାଳେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଯାବତ୍‍ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଭାରତୀୟ ଯବାନ ଏହାର ଦୃଢ଼ ଜବାବ ଦେଇଥିଲେ। ଏଥିସହ ସେନାର ତଲାସୀ ଅଭିଯାନ ଚାଲୁ ରହିଥିବାବେଳେ ଜଙ୍ଗଲରୁ ହତିଆର ଥିବା ତିନୋଟି ବ୍ୟାଗ୍‍ ଜବତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାର ନିର୍ଦେଶ ଦିଆଯାଇଛି।

Leave A Reply