www.samajalive.in
Saturday, December 6, 2025
16.1 C
Bhubaneswar

ସେନସେକ୍ସ ୭୦୦ ପଏଣ୍ଟ ଖସିଲା, ନିବେଶକଙ୍କ ବୁଡ଼ିଲା ୨.୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଏସିଅ ବଜାରରେ ମାନ୍ଦା କାରବାରର ପ୍ରଭାବ ଭାରତୀୟ ସେୟାର ବଜାରରେ ପରିଲକ୍ଷିତ ହୋଇଛି। ଫଳରେ ଶୁକ୍ରବାର ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ହ୍ରାସ ପରିଲକ୍ଷିତ ହୋଇଛି। ନିବେଶକଙ୍କ ପ୍ରାୟ ୨.୨ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି।
ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୬୮୯.୬୦ ପଏଣ୍ଟ ହ୍ରାସ ପାଇ ୩୫,୭୪୨.୦୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଜ (ଏନ୍‍ଏସ୍‍ଇ) ନିଫ୍ଟି ୧୯୭.୭୦ ପଏଣ୍ଟ ହ୍ରାସ ପାଇ ୧୦,୭୫୪ ପଏଣ୍ଟରେ ବନ୍ଦ ହୋଇଛି। ଏହାସହ ବିଏସ୍‍ଇରେ ପଞ୍ଜିକୃତ କମ୍ପାନୀଙ୍କ ମିଳିତ ବଜାର ପୁଞ୍ଜି (ଏମ୍‍କ୍ୟାପ) ୧୪୫.୫୬ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୧୪୩.୪୦ କୋଟି ଟଙ୍କାରେ ପହଞ୍ଚିଛି। ଦଲାଲଙ୍କ କହିବା ଅନୁସାରେ ଆମେରିକା ଏବଂ ଚୀନ ବାଣିଜ୍ୟ ଯୁଦ୍ଧ ଯୋଗୁଁ ଏସିଅ ସେୟାର ବଜାରରେ କାରବାର ହ୍ରାସ ପାଇଛି। ଏପଟେ ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ ସୀମାରେ ସୁରକ୍ଷା ବାଡ଼ ନିର୍ମାଣ ପାଇଁ ଅର୍ଥ ମଗିବା ଯୋଗୁଁ ଦିୱାଲ ଷ୍ଟ୍ରିଟ୍‍ ସମେତ ଘରୋଇ ବଜାର ବ୍ୟାପାରରେ ହ୍ରାସ ପରିଲକ୍ଷିତ ହୋଇଛି। ଏହାର ପ୍ରଭାବରେ ଭାରତର ବିଏସ୍‍ଇ ସେନସେକ୍ସ ୧.୮୯% ହ୍ରାସ ପାଇଛି ଓ ଏନ୍‍ଏସ୍‍ଇ ନିଫ୍ଟି ୧.୮୧% ହ୍ରାସ ପାଇଛି। ବିଏସ୍‍ଇର ୨୯ଟି କମ୍ପାନୀ ସେୟାର ମୂଲ୍ୟରେ ହ୍ରାସ ଘଟିଛି। ୱିପ୍ରୋ ସେୟାର ମୂଲ୍ୟରେ ୪.୨୩% ହ୍ରାସ ଘଟିଥିବାବେଳେ ଆଦାନୀ ପୋଟର୍ସ ସେୟାର ମୂଲ୍ୟରେ ୩.୭୬%, ମାରୁତି ସେୟାର ମୂଲ୍ୟରେ ୩.୪୯%, ଇନ୍‍ଫୋସିସ୍‍ ସେୟାର ମୂଲ୍ୟରେ ୩.୧୬%, ଟିସିଏସ୍‍ ୩.୨%, ଭାରତୀ ଏୟାରଟେଲ ସେୟାରରେ ୨.୭୪%, ଏସିଆନ ପେଣ୍ଟରେ ୨.୬୩%, ରିଲାଏନ୍ସରେ ୨.୫୬%, ବଜାର ଅଟୋରେ ୨.୫୨% ହ୍ରାସ ପରିକ୍ଷିତ ହୋଇଛି। ବ୍ୟାଙ୍କ ମଧ୍ୟରୁ ଆଇସିଆଇସିଆଇ ବ୍ୟାଙ୍କ ସେୟାର ମୂଲ୍ୟରେ ୨.୪୬% ହ୍ରାସ ଘଟିଛି। ଏନ୍‍ଏସ୍‍ଇରେ କାରବାର ଶେଷ ବେଳକୁ ୪୫ଟି କମ୍ପାନୀ ସେୟାର ଲାଲ ସଂକେତରେ ଥିବାବେଳେ ୫ଟି କମ୍ପାନୀର ସେୟାର ସବୁଜ ସଂକେତ ମଧ୍ୟରେ ଥିଲା। ହିନ୍ଦୁସ୍ତାନ ପେଟ୍ରୋଲିୟମ ସେୟାର ୨.୩୧%, ବିପିସିଏଲ ସେୟାର ମୂଲ୍ୟ ୦.୮୮%, କୋଲ ଇଣ୍ଡିଆରେ ୦.୬୬%, ଏନ୍‍ଟିପିସିରେ ୦.୪୪%, ପାୱାରଗ୍ରିଡ଼ରେ ୦.୨୫% ବୃଦ୍ଧି ପରିକ୍ଷିତ ହୋଇଛି। ଅନ୍ୟପକ୍ଷରେ ଇଣ୍ଡିଆଏନ୍‍ ଅଏଲ କର୍ପୋରେସନ ସେୟାର ମୂଲ୍ୟରେ ୫.୪୪%, ୟୁପିଏଲ୍‍ରେ ୪.୫୫%, ଆଦାନୀ ପୋଟର୍ସରେ ୩.୭୧%, ଜୀ ଲିମିଟେଡ୍‍ର ସେୟରେରେ ୩.୪୪% ହ୍ରାସ ଘଟିଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories