ସାଙ୍କେତିକ ପ୍ରଶ୍ନପତ୍ରରେ ପରୀକ୍ଷା କରିବ ସିବିଏସ୍‍ଇ

0

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ପ୍ରଘଟ ସମସ୍ୟାକୁ ଏଡ଼ାଇବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସାଙ୍କେତିକ ପ୍ରଶ୍ନପତ୍ର ପ୍ରଚଳନ କରିବା ପାଇଁ ଚିନ୍ତା କରିଛି। ଚଳିତ ବର୍ଷ କମ୍ପାର୍ଟମେଣ୍ଟାଲ୍‍ ପରୀକ୍ଷାରୁ ଏହି ପ୍ରକ୍ରିୟା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ସିବିଏସ୍‍ଇ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର ୩୦ମିନିଟ୍‍ ପୂର୍ବରୁ ଇମେଲ୍‍ରେ ସାଙ୍କେତିକ ପ୍ରଶ୍ନପତ୍ର ପଠାଯିବ ଓ ତାହାର ପାସ୍‍ୱାର୍ଡ କେବଳ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କ ପାଖରେ ରହିବ।ସେଗୁଡ଼ିକୁ ମୁଦ୍ରଣ କରି ପରୀକ୍ଷାର୍ଥୀଙ୍କୁ ଦିଆଯିବ। ଯେଉଁ ସ୍କୁଲ୍‍ରେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି କିମ୍ବା ଉପକରଣ ନାହିଁ ସେହି ସବୁ ସ୍କୁଲ୍‍କୁ ସିବିଏସ୍‍ଇ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେବ। ପ୍ରତି ସ୍କୁଲ୍‍ରେ ପରୀକ୍ଷା ନହୋଇ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଉପରୋକ୍ତ ପ୍ରକ୍ରିୟା ଦ୍ୱାରା ଅଯଥା ଅର୍ଥ ଅପଚୟକୁ ରୋକାଯାଇପାରିବ ବୋଲି ସିବିଏସ୍‍ଇ ପକ୍ଷରୁ କୁହାଯାଇଛି।

kalyan agarbati
Leave A Reply