ସର୍ବୋଚ୍ଚ ସ୍ତରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ୍ଷତି ପରିମାଣ
ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ସାମଗ୍ରିକ କ୍ଷତି ପରିମାଣ ୮୫,୩୭୦ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବବର୍ଷଗୁଡ଼ିକ ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଉଛି ମାର୍ଚ୍ଚ ୩୧ ସୁଦ୍ଧା ସମାପ୍ତ ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ମୋଟ କ୍ଷତି ପରିମାଣ ୬୨,୬୮୧ କୋଟି ଟଙ୍କା ଥିବା ବେଳେ କେବଳ ଇଣ୍ଡିଆନ୍ ବ୍ୟାଙ୍କ ଓ ବିଜୟ ବ୍ୟାଙ୍କ କିଛିଟା ଭଲ ପ୍ରଦର୍ଶନ କରିଛନ୍ତି। ତୃତୀୟ ତ୍ରୈମାସିକ ତୁଳନାରେ ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଏନ୍ପିଏ(ଅନାଦାୟ ଋଣ) ୧୫% ବୃଦ୍ଧି ପାଇଛି।