www.samajalive.in
Saturday, December 6, 2025
15.1 C
Bhubaneswar

‘ଶେଷ ତାନ୍ତ୍ରିକର ସନ୍ଧାନରେ’ ଉନ୍ମୋଚିତ

କଟକ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାହିତ୍ୟିକ ମନୋଜ ଦାସଙ୍କ ସଦ୍ୟତମ ଉପନ୍ୟାସ ‘ଶେଷ ତାନ୍ତ୍ରିକର ସନ୍ଧାନରେ’ ଉନ୍ମୋଚିତ ହୋଇଯାଇଛି। ଜଗନ୍ନାଥ ରଥ ପ୍ରକାଶନ ସଂସ୍ଥା ପକ୍ଷରୁ ଶୁଭାନ୍ବେଷ ରଥ ଲେଖକଙ୍କୁ ତାଙ୍କ ପୁଡ଼ୁଚେରି ବାସଭବନରେ ଏକ ନିରାଡମ୍ବର ପରିବେଶରେ ପ୍ରଥମ କପି ପ୍ରଦାନ କରିଥିଲେ। ଉପସ୍ଥିତ ସୁହୃଦ୍ ତଥା ମନୋଜ ସାହିତ୍ୟପ୍ରେମୀ ଲୋକାର୍ପିତ ଉପନ୍ୟାସର ଅଧ୍ୟାତ୍ମ, ଅଲୌକିକ ଅନ୍ବେଷା ଓ ସୃଜନାତ୍ମକତା ଓଡ଼ିଆ ସାହିତ୍ୟକୁ ନୂଆ ମାର୍ଗଦର୍ଶନ କରିବା ସହିତ ବାଣୀଭଣ୍ଡାରକୁ ସମୃଦ୍ଧ କରିବ ବୋଲି ମତପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଉପନ୍ୟାସ ପୁସ୍ତକାଳୟମାନଙ୍କରେ ଉପଲବ୍ଧ ହେବା ପୂର୍ବରୁ ପାଞ୍ଚଶହ କପି ଅଗ୍ରିମ ବିକ୍ରି ହୋଇଛି। କୌଣସି ଓଡ଼ିଆ ସାହିତ୍ୟିକଙ୍କ ପୁସ୍ତକ ଲୋକାର୍ପିତ ହେବା ପୂର୍ବରୁ ଏପରି ବିକ୍ରି ଏବଂ ପାଠକୀୟ ଚାହିଦା ବୃଦ୍ଧି ପାଇବା ଓଡ଼ିଆ ସାହିତ୍ୟ ଇତିହାସରେ ପ୍ରଥମ ଥର ପାଇଁ ଘଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories