www.samajalive.in
Friday, December 5, 2025
26.1 C
Bhubaneswar

ବନ୍ୟାଘେରରେ ୩ ଜିଲାର ୯୦୦ଗ୍ରାମ

ଭୁବନେଶ୍ୱର: ଚଳିତ ବନ୍ୟାରେ ରାଜ୍ୟର ତିନିଟି ଜିଲାର ୧୬ଟି ବ୍ଳକର ୯୦୦ରୁ ଊର୍ଦ୍ଧ୍ବ ଗ୍ରାମ ପ୍ରଭାବିତ ହୋଇଛି। ଏହାଦ୍ୱାରା ପ୍ରାୟ ୬.୫୫ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୫ହଜାର ଘର ଭାଙ୍ଗିଯାଇଛି।
ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରାପଡ଼ା ଜିଲା। ଏହି ଜିଲାର କେନ୍ଦ୍ରାପଡ଼ା, ଡ଼େରାବିଶ, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର, ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ଓ ରାଜକନିକା ଆଦି ୯ଟି ବ୍ଲକ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି। ୨୦୨ଟି ଗ୍ରାମ ପଞ୍ଚାୟତର ୭୧୦ଟି ଗ୍ରାମ ଓ ୨୮ଟି ୱାର୍ଡ଼ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ପଟ୍ଟାମୁଣ୍ଡାଇର ୧୩, ରାଜକନିକାର ୧୦ ଓ ପଟ୍ଟାମୁଣ୍ଡାଇ ଏନଏସିର ୮ ଏପରି ୩୧ଟି ଗ୍ରାମ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି। ଜିଲାର ମୋଟ ୪ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୧୧୭୪୧.୮୫ ଲକ୍ଷ ହେକ୍ଟର ଜଳପ୍ଳାବିତ ହୋଇଛି। ୩୪୭ଟି ଘର ଭାଙ୍ଗିଯାଇଛି। ଏନଡ଼ିଆରଏଫ ଟିମ୍‍ ଓ ୧୪ଟି ଡ଼ଙ୍ଗା ସହାୟତାରେ ଏ ପର୍ଯ୍ୟନ୍ତ ୬୨୨୫ ଜଣଙ୍କୁ ସ୍ଥାନାନ୍ତର କରାଯିବା ସହିତ ସେମାନଙ୍କୁ ୩୪ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଦିଆଯାଉଛି।
କେନ୍ଦୁଝର ସ୍ଥିତି ସ୍ୱାଭାବିକ ଥିବାବେଳେ ଯାଜପୁରର ୩ଟି ବ୍ଲକର ୩୭ଟି ପଞ୍ଚାୟତ ଓ ୬୯ଟି ଗ୍ରାମର ୮୩୪୭୪ଲୋକ ପ୍ରଭାବିତ ହୋଇଛନ୍ତି। ୬୯୧୩ଲୋକଙ୍କୁ ୪୩ଟି ରିଲିଫ ଶିବିରକୁ ସ୍ଥାନାନ୍ତର କରାଯାଇଛି। ୩୦ଟି ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି। ଏହି ଜିଲାର ୫୫ଟି ଘର ଭାଙ୍ଗିଛି।
ସେହିପରି ଭଦ୍ରକ ଜିଲାରେ ତିହିଡ଼ି, ଧାମନଗର, ଚାନ୍ଦବାଲି ଓ ଭଦ୍ରକ ଆଦି ୪ଟି ବ୍ଲକର ୩୮ଟି ପଞ୍ଚାୟତ ଓ ୧୨୨ଟି ଗ୍ରାମର ୧୭୧୩୬୫ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ପ୍ରାୟ ୩୪୧୫୨ ଘର ଭାଙ୍ଗିଯାଇଛି ଏବଂ ୩୪୧୫୨ହେକ୍ଟର ଚାଷ ଜମି ଜଳପ୍ଳାବିତ ହୋଇଛି। ଭଦ୍ରକରେ ୮୪୯୫ଲୋକଙ୍କୁ ଜରୁରୀକାଳୀନ ରିଲିଫ ଏବଂ ୭୫୨ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦିଆଯାଇଛି। ଉଦ୍ଧାର କାର୍ଯ୍ୟରେ ୨୦ଟି ବୋଟ ନିୟୋଜିତ ଥିବାବେଳେ ୭ଟି ପଶୁ ଚିକିତ୍ସା ଭ୍ରାମ୍ୟମାଣ ଟିମ ୫ଟି ବ୍ଲକରେ ନିୟୋଜିତ ଅଛନ୍ତି।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ରାଜ୍ୟର ସମସ୍ତ ନଦୀର ଜଳସ୍ତର କମିବାରେ ଲାଗିଛି। ତେଣୁ ବନ୍ୟା ବିପଦ ନାହିଁ। ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥବା ତଥ୍ୟ ଅନୁସାରେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦର ୧୦ଟି ଗେଟ ଖୋଲା ଅଛି। ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ୧,୯୪,୨୪୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧,୭୫,୧୮୩କ୍ୟୁସେକ ନିଷ୍କାସିତ ହେଉଛି। ମୁଣ୍ଡଳି ଦେଇ ୪,୪୭,୬୦୯କ୍ୟୁସେକ ନିଷ୍କାସିତ ହେଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories