ଶନିବାର ରାଶିଫଳ

0

ମେଷ: ସମ୍ପତ୍ତି ଜନିତ ବିବାଦ ଦେଖା ଦେଇପାରେ। ସହଯୋଗ ମିଳିବ। କଷ୍ଟସାଧ୍ୟ ହୋଇପାରେ। କର୍ମକ୍ଷେତ୍ରରେ ଉନ୍ନତି ଦେଖା ଦେବ। ଗୃହରେ ଧୀରେ ଧୀରେ ଶାନ୍ତି ପ୍ରତିଷ୍ଠା ହେବ। ବ୍ରାହ୍ମଣ ଦେବତାଙ୍କ କୃପା ମିଳିବ।

ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି। ମିଠାକଥା କହି ପରକୁ ଆପଣାର କରିପାରନ୍ତି। ଗୁଣଜ୍ଞ ହୋଇପାରନ୍ତି। ସୁଖ ଭୋଗ କରିବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି।

ମିଥୁନ: ସାମାନ୍ୟ କାରଣରୁ ଦ୍ୱନ୍ଦ୍ୱ ଉପୁଜି ପାରେ। ମନରେ ଅସନ୍ତୋଷ ଜାତ ହୋଇପାରେ। ଆଶା ଫଳବତୀ ହେବ। ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି। ଭାଗ୍ୟବାନ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ଧନ, ସମ୍ପଦ ପ୍ରାପ୍ତ ହେବେ।

କର୍କଟ: ସୁଖ, ସନ୍ତୋଷ ଲାଭ କରିପାରନ୍ତି। ଅଙ୍ଗପୀଡ଼ା ପାଇ ସନ୍ତାପିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ପାରିବାରିକ ଜୀବନ ଶାନ୍ତିପ୍ରଦ ହେବ। ଆୟ ଊଣା ହେବ ନାହିଁ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖାଦ୍ୟ ମିଳିବ।

ସିଂହ: ଆକସ୍ମିକ ଧନପ୍ରାପ୍ତି ହେବାର ସୂଚନା ମିଳୁଛି; ତଥାପି ଅସନ୍ତୋଷ ଲାଗି ରହିବ। ବିଳାସ-ବ୍ୟସନ ଯୋଗୁଁ ଖର୍ଚ୍ଚାନ୍ତ ହେବେ। ଶୁଣା କଥାକୁ ବିଶ୍ୱାସ ନ କରି ନିଜ ବୁଦ୍ଧିରେ କାର୍ଯ୍ୟ କରି ଚାଲନ୍ତୁ। କଥା ଚାତୁରୀରେ ଅନ୍ୟର ମନ ନେବେ।

କନ୍ୟା: ଘନୀଭୂତ ହୋଇଥିବା ବିପଦ ଦୂରେଇ ଯିବ। ମନରେ ପ୍ରସନ୍ନତା ଭରି ରହିବ। ପାରିବାରିକ ସୁଖ ମିଳିବ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ପ୍ରଶଂସା ମିଳିବ। ଆଶା ପୂରଣ ଓ କାର୍ଯ୍ୟରେ ସଫଳତା ମିଳିବ।

ତୁଳା: ଆୟ ଆଶାନୁରୂପ ହେବ। ମନ ପ୍ରସନ୍ନ ରହିବ। ଭାଗ୍ୟବାନ୍‍ ହେବେ। ସରକାରୀ କୃପା ଲାଭ କରିପାରନ୍ତି। ଧନାଗମର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହୋଇପାରନ୍ତି।

ବିଛା: ସତର୍କ ରହିଲେ ଅଘଟଣରୁ ଉଧୁରୀ ଯିବେ। କର୍ମ ଚଞ୍ଚଳ ରହିବେ। ଆଶାପୂରଣ ହେବାର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ସମ୍ମାନିତ ହେବେ। ଉନ୍ନତି ପଥରେ ଆଗକୁ ବଢ଼ିବେ। ଭୋଗ ବିଳାସରେ ଦିନଟି ଅତିବାହିତ କରିବେ।

ଧନୁ: କାର୍ଯ୍ୟ ଧୀର ମନ୍ଥର ଗତିରେ ଚାଲିପାରେ। କଷ୍ଟ ସହି ବାଧା-ବିଘ୍ନ ଏଡ଼ାଇବାକୁ ପଡ଼ିବ। ନିଜ ଇଚ୍ଛା ବିରୁଦ୍ଧରେ କୌଣସି ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ ନ କରିବା ଭଲ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ବୁଦ୍ଧିମାନ ହେବେ।

ମକର: ବନ୍ଧୁବର୍ଗରେ ଅପ୍ରସ୍ତୁତ ହୋଇପାରନ୍ତି। ଭୋଜନରେ ଅସନ୍ତୋଷ ଜାତ ହୋଇପାରେ। କେତକ ଗୃହ ଉପକରଣ ଦ୍ରବ୍ୟ ସଂଗ୍ରହ କରିପାରନ୍ତି। ବକୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭବିଷ୍ୟ କର୍ମପନ୍ଥା ସ୍ଥିର କରିବେ।

କୁମ୍ଭ: ଆଶ୍ୱସ୍ତ ହେବେ। ଆୟବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଗୁରୁ-ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଅପୂର୍ବ ସଫଳତାତା ମିଳିବ। ଯଶସ୍ୱୀ ହୋଇପାରନ୍ତି। ସେବା ମନୋଭାବ ନେଇ କାର୍ଯ୍ୟ ସଂପାଦନ କରିବେ।

ମୀନ: ଭବିଷ୍ୟତ ପାଇଁ କାର୍ଯ୍ୟ ପନ୍ଥା ସ୍ଥିର କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଚାକିରି କ୍ଷେତ୍ରରେ ଉନ୍ନତମାନର କାର୍ଯ୍ୟ କରି ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

Leave A Reply