www.samajalive.in
Thursday, December 11, 2025
14.1 C
Bhubaneswar

ବୀର ବାଲ ଦିବସ ପାଇଁ ଶାନ୍ତି ଶୋଭାଯାତ୍ରା

ସମ୍ବଲପୁର: ବୀରା ବାଲ ଦିବସ ଉପଲକ୍ଷେ ଗୁରୁବାର ସମ୍ବଲପୁରର ମୁଦିପଡ଼ା ସ୍ଥିତ ଗୁରୁଦ୍ୱାରାରୁ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ତ୍ୟାଗ ଓ ବଳିଦାନକୁ ମନେ ରଖିବାକୁ ବାଲ ଦିବସ ଉପକ୍ଷେ ଆୟୋଜିତ ଏହି ଶାନ୍ତି ଶୋଭାଯାତ୍ରା ମୁଦିପଡ଼ା ଗୁରୁଦ୍ୱାରାରୁ ଆରମ୍ଭ ହୋଇ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ ପୁନଃ ଗୁରୁଦ୍ୱାରା ଠାରେ ସମ୍ପନ୍ନ ହୋଇଥିଲା। ଶାନ୍ତି ଶୋଭାଯାତ୍ରା ମାଧ୍ୟମରେ ଧର୍ମ ରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଦିପଡ଼ା ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପକ୍ଷରୁ ଆୟୋଜିତ କରାଯାଇଥିବା ବେଳେ ଗୁରୁନାନକ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ଶିଖ ସମୁଦାୟର ଲୋକେ ସାମିଲ ହୋଇଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories