ରୂପା ଜବତ,୨ ଅଭିଯୁକ୍ତ ଥାନାରେ ଅଟକ

0

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଣିନୂଆ ଗାଆଁ ପୁଲିସ୍ ପକ୍ଷରୁ ଚଢଉ କରାଯାଇଥିଲା। ଅନ୍ଧପସରା ରାସ୍ତା ନିକଟରେ ଗାଡି ଯାଞ୍ଚ ବେଆଇନ ଭାବେ ରୂପା କାରବାର ହେଉଥିବାର ଜଣା ପଡିଥିଲା। ଚଢଉ ବେଳେ ପୁଲିସ ୩୫୦କିଲୋ ରୂପା ଜବତ କରିଛି। ଏହି ରୂପା ବିନା ବିଲରେ ଭୁବନେଶ୍ୱରରୁ ବ୍ରହ୍ମପୁର ନିଆଯାଉଥିବା ବେଳେ ଧରାପଡିଥିଲା। କାର ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

Leave A Reply