ଦଳୀୟ ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରାକ୍ତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

0

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ତଥା ପ୍ରାକ୍ତନ ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନା ଦଳଗତ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ବାଜପେୟୀ ସରକାର ଅମଳରେ ଯଶବନ୍ତ ଅର୍ଥ ଓ ବିଦେଶ ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇ ଥିଲେ। ଦୀର୍ଘ ଦିନ ଧରି ଯଶବନ୍ତ ସିହ୍ନା ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା। ନିକଟରେ ସେ ଏକ ଖବରକାଗଜରେ ମୋଦି ସରକାରଙ୍କ ନୀତିକୁ ସମାଲୋଚନା କରି ଏକ ଆଲେଖ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ସେ ଆଶଙ୍କା ପ୍ରକଟ କରିବା ସହ ଦେଶର ବେରୋଜଗାରକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେହିପରି ବ୍ୟାଙ୍କିଂ ବ୍ୟବସ୍ଥାରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଘଟୁଥିବା ଓ ଅଭିଯୁକ୍ତ ବିଦେଶ ପଳାଇବା ଘଟଣାକୁ ନେଇ ମଧ୍ୟ ଯଶବନ୍ତ ଚିନ୍ତା ପ୍ରକଟ କରିବା ସହ ସରକାରଙ୍କ ଅସହାୟତାକୁ ନେଇ ତୀବ୍ର ସମାଲୋଚନା କରିଥିଲେ।

Leave A Reply