www.samajalive.in
Saturday, December 6, 2025
14.1 C
Bhubaneswar

ଯୌତୁକ ଲୋଭୀ ମହିଳା, ପୁରୁଷ ସାଜି ୨ ଯୁବତୀଙ୍କୁ କଲେ ବିବାହ

ଉତ୍ତରଖଣ୍ଡ: ଜଣେ ଯୁବତୀ ପୁରୁଷ ପରିଚୟ ଦେଇ ଅନ୍ୟ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ଏହା ଶୁଣିବାକୁ ମିଛ ଲାଗୁଥିଲେ ମଧ୍ୟ କଥାଟା ପୁରା ସତ । ଖାଲି ବିବାହ କରିଛନ୍ତି ତାହା ନୁହେଁ, ଉଭୟ ମହିଳାଙ୍କ ସହ ତିନି ବୈବାହିକ ଜୀବନଯାପନ କରିଛନ୍ତି । ସେମାନଙ୍କୁ ସନ୍ଦେହ ହେବାକୁ ଦେଇନାହାନ୍ତି ଯେ ତାଙ୍କ ସ୍ବାମୀ ପୁରୁଷ ନୁହଁନ୍ତି ଜଣେ ମହିଳା ।

- Advertisement -

କିନ୍ତୁ କୁହାଯାଏ ସତ କେବେ ଲୁଚି ରୁହେନି, ପଦାକୁ ଆସିବା ପାଇଁ ସେ ବାଟେ ଖୋଜେ । ଠିକ୍ ଏହି ଘଟଣାରେ ମଧ୍ୟ ସତ ବେଶି ଦିନ ଲୁଚି ରହି ପାରିଲାନି । ପୁରୁଷ ରୂପି ମହିଳାଙ୍କ ସତ ଏବେ ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରାଖଣ୍ଡ ନୈନିତାଲରେ ଦେଖିବାକୁ ମିଳିଛି । ପୁରୁଷ ରୂପି ମହିଳାଙ୍କ ପ୍ରକୃତ ନାମ ହେଉଛି ସ୍ବିଟି ସେନ୍ ଏବଂ ସେ ଉତ୍ତରପ୍ରଦେଶ ବିଜନୌରର ଧାମପୁର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ମୁତାବକ, କିଷ୍ଣା ସେନ୍ ନାମରେ ୨୦୧୩ରେ ଫେସବୁକ୍ ମଧ୍ୟମରେ କାଠଗୋଦାମ ଅଞ୍ଚଳର ଜଣେ ଯୁବତୀଙ୍କ ବନ୍ଧୁତା ସ୍ଥାପନ କରିବା ପରେ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ଉକ୍ତ ଯୁବତୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଯୌତୁକ ବାବଦକୁ ତାଙ୍କ ଠାରୁ ୮.୫ ଲକ୍ଷ ଟଙ୍କା ହାସଲ କରିଥିଲେ ।

ପ୍ରଥମ ବିବାହର ପ୍ରାୟ ୩ ବର୍ଷ ପରେ କିଷ୍ଣା ସେନ୍ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ଉଭୟଙ୍କୁ ଗୋଟିଏ ଘରେ ରଖିଥଲେ । ଏହାର କିଛି ଦିନ ପରେ ପ୍ରଥମ ପତ୍ନୀ କିଷ୍ଣାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ କିଷ୍ଣାଙ୍କୁ ଗିରଫ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories