www.samajalive.in
Friday, December 5, 2025
20.1 C
Bhubaneswar

କାବେରୀ ଜଳ ବିବାଦ : କର୍ଣ୍ଣାଟକକୁ ମିଳିବ ଅଧିକ ଜଳ

ନୂଆଦିଲ୍ଲୀ : କାବେରୀ ଜଳ ବିବାଦ ନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଫଳରେ କର୍ଣ୍ଣାଟକକୁ ଅଧିକ ୧୪.୭୫ଟିଏମ୍‌ସି ଜଳ ଦେବା ପାଇଁ କୋର୍ଟ ରାୟ ଶୁଣାଇଛନ୍ତି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁକୁ ବିଶ୍ୱସ୍ତରୀୟ ସହର ମାନ୍ୟତା ମିଳି ଥିବାରୁ ଏହା ଅଧିକ ଜଳ ପାଇବ ବୋଲି ଅଦାଲତ କହିଛନ୍ତି। ଅଦାଲତ୨୦୦୭ରେ କାବେରୀ ଟ୍ରିବ୍ୟୁନାଲର ନିଷ୍ପତ୍ତିରେ କିଛି ସଂଶୋଧନ କରିଛନ୍ତି। କୋର୍ଟ ନିଷ୍ପତ୍ତି ଅନୁସାରେ ତାମିଲନାଡୁକୁ ମିଳୁଥିବା ଜଳ ପରିମାଣ ହ୍ରାସ କରାଯାଇଛି। କାବେରୀ ଟ୍ରିବ୍ୟୁନାଲରେ ତାମିଲନାଡୁକୁ୧୯୨ଟିଏମ୍‌ସି ଜଳ ଆବଣ୍ଟନ କରାଯାଇଥିବା ବେଳେ ଆଜିର ଆଦେଶ ପରେ ତାମିଲନାଡୁକୁ ୧୭୭.୨୫ ଟିଏମ୍‌ସି ଜଳ ମିଳିବ। ଅଧିକ ୧୪.୭୫ଟିଏମ୍‌ସି ଜଳ ସହିତ କର୍ଣ୍ଣାଟକକୁ ୨୮୪.୨୫ ଟିଏମ୍‌ସି ଜଳ ମିଳିବ। ଖୁବ୍‌ ଶୀଘ୍ର ଏହି ଆଦେଶ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ଏହି ରାୟ ସମୟରେ ଅଦାଲତ କହିଛନ୍ତି ଯେ, ନଦୀ ହେଉଛି ରାଷ୍ଟ୍ରୀୟ ସମ୍ପତ୍ତି। କୌଣସି ରାଜ୍ୟର ଏହା ଉପରେ ଏକଚାଟିଆ ଅଧିକାର ନାହିଁ। ତେବେ ଅଦାଲତର ରାୟକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁ ସରକାର ଏହି ରାୟକୁ ସମୀକ୍ଷା କରିବେ ବୋଲି କହିଛନ୍ତି। ଅଦାଲତ ନିଜ ରାୟରେ କେରଳ ଏବଂ ପୁଦୁଚେରୀକୁ ମିଳୁଥିବା ଜଳ ପରିମାଣ ଅପରିବର୍ତ୍ତିତ ରଖିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories