ମୋବାଇଲ ଫୋନ ଆଣିବାରେ ବିଳମ୍ବ କରିବାରୁ ଡେଲିଭରି ବୟଙ୍କୁ ୨୦ ଥର ଛୁରାମାଡ଼, ମହିଳାଙ୍କ ସମେତ ଦୁଇ ଗିରଫ
ନୂଆଦିଲ୍ଲୀ: ଅନଲାଇନ ଶପିଂ ସାଇଟ୍ ଫ୍ଲିପକାର୍ଟର ଡେଲିଭରି ବୟ୍ଙ୍କୁ ମରଣାନ୍ତକ ଆକ୍ରମଣ। ମୋବାଇଲ ଫୋନ ପହଞ୍ଚାଇବାରେ ବିଳମ୍ବ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ମହିଳା ସମ୍ପୃକ୍ତ ଡେଲିଭରି ବୟଙ୍କୁ ୨୦ ଥର ଛୁରାମାଡ଼ ପରେ ତାଙ୍କୁ ଡ୍ରେନକୁ ଫୋପାଡ଼ି ଦେଇଥିଲେ। ପୁଲିସ ସମ୍ପୃକ୍ତା ମହିଳା ଓ ତାଙ୍କ ଭାଇଙ୍କୁ ପୁଲିସ ଗିରଫ କରିଛି। ଏଭଳି ନାରକୀୟ କାଣ୍ଡ ଘଟିଛି ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ। ସୂଚନା ମୁତାବକ, ନିହାଲ ବିହାରରେ ରହୁଥିବା ମହିଳା କମଲ ଦୀପ ଫ୍ଲିପକାର୍ଟରେ ଏକ ମୋବାଇଲ ଫୋନ ଅର୍ଡର କରିଥିଲେ। ଡେଲିଭରି ବୟ ମୋବାଇଲ ଫୋନ ଆଣିବାରେ ବିଳମ୍ବ କରିବାରୁ କମଲଦୀପ ଉତ୍ତେଜିତ ହୋଇପଡ଼ିଥିଲେ। କେଶବ ନାମକ ସମ୍ପୃକ୍ତ ଡେଲିଭରି ବୟଙ୍କୁ ସେ ନିର୍ଘାତ ଛୁରାମାଡ଼ କରିଥିଲେ। ପରେ ଭାଇ ସହ ମିଶି କମଲଦୀପ ଗୁରୁତର ଯୁବକଙ୍କୁ ନିକଟ ନାଳକୁ ଫୋପାଡ଼ି ଦେଇଥିଲେ। ଖବରପାଇ ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଅଭିଯୋଗ କ୍ରମେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।