ମୋଦିଙ୍କ ବ୍ୟବହାର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁପଯୁକ୍ତ: ମନମୋହନ ସିଂହ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଚାର ବ୍ୟବହାର ନିମ୍ନସ୍ତରକୁ ଆସିଯାଇଛି। ପ୍ରଧାନମନ୍ତ୍ରୀ ପଦରେ ରହିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଏଭଳି ବ୍ୟବହାର ପ୍ରଦର୍ଶନ ଅନୁପଯୁକ୍ତ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ।
ଏକ ସାମ୍ବାଦିକ ସମ୍ମିଳନୀରେ ଡ ସିଂହ କହିଛନ୍ତି ଯେ ଭାରତ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ବିରୋଧୀ ରାଜନୈତିକ ଦଳ ଉପରେ ମନ୍ତବ୍ୟ ଦେବା ପାଇଁ ପିଏମ୍‍ଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)କୁ ବ୍ୟବହାର କରିନାହାନ୍ତି। ଏହା ଦେଶ ପାଇଁ ଅହିତ। ଦେଶର ଅର୍ଥନୈତିକ ସ୍ଥିିତି ସମ୍ପର୍କରେ ଡ ସିଂହ କହିଛନ୍ତି ଯେ ଉପା ଅମଳରେ ବିଶ୍ୱ ଆର୍ଥିକ ସଙ୍କଟ ସତ୍ତେ୍ୱ ଭାରତର ଅଭିବୃଦ୍ଧି ହାର ୮%ରେ ପହଞ୍ଚିଥିଲା। କିନ୍ତୁ ଏବେ ଏନ୍‍ଡିଏ ଅମଳରେ ତୈଳ ମୂଲ୍ୟ କମ୍‍ ଥିବା ସତ୍ତେ୍ୱ ଅଭିବୃଦ୍ଧି ହାର ହ୍ରାସ ପାଇଛି। ବିମୁଦ୍ରାକରଣ ଓ ଜିଏସ୍‍ଟି କାର୍ଯ୍ୟକାରିତାରେ ଭୁଲ୍‍ ଥିବା ଡ ସିଂହ କହିଛନ୍ତି। ଏହି ଦୁଇ ନିଷ୍ପତ୍ତି ଯୋଗୁଁ ଦେଶର ଅର୍ଥନୀତି ଓ କ୍ଷୁଦ୍ର ଶିଳ୍ପ ପ୍ରଭାବିତ ହୋଇଛି ଏବଂ ନିଯୁକ୍ତି ହ୍ରାସ ପାଇଛି। ଦେଶର ବ୍ୟାଙ୍କିଙ୍ଗ ଓ ଆର୍ଥିକ ବ୍ୟବସ୍ଥା ଉପରେ ଲୋକେ ଆସ୍ଥା ଓ ବିଶ୍ୱାସ ହରାଇଛନ୍ତି।

Leave A Reply