www.samajalive.in
Saturday, December 6, 2025
14.1 C
Bhubaneswar

ମୁମ୍ବଇରେ ପୁଣି ଖୋଲିବ ଡ୍ୟାନ୍ସବାର୍‍:ଟଙ୍କା ବର୍ଷା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବଇ ଡ୍ୟାନ୍ସ ବାର ମାମଲାରେ ସୁପ୍ରିମ କୋର୍ଟ ଚୂଡ଼ାନ୍ତ ରାୟ ଦେଇଛନ୍ତି। ଗୁରୁବାର ସୁପ୍ରିମ କୋର୍ଟ ମୁମ୍ବଇର ଡ୍ୟାନ୍ସବାରଗୁଡ଼ିକ ପୁଣି ଥରେ ଖୋଲିବା ଆବେଦନକୁ ମଞ୍ଜୁର କରିବା ସହ କିଛି ନୂଆ ନିୟମ ଜାରି କରିଛନ୍ତି। ଡ୍ୟାନ୍ସ ବାରରେ ସିସି ଟିଭି କ୍ୟାମେରାର ଆବଶ୍ୟକତାକୁ ଖାରଜ କରିଦେବା ସହ ବାର ମଧ୍ୟରେ ନର୍ତ୍ତକୀଙ୍କ ଉପରେ ଟଙ୍କା ଫିଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆବଶ୍ୟକସ୍ଥଳେ ଜଣେ ଗ୍ରାହକ ଡ୍ୟାନ୍ସବାରରେ ଟିପ୍ସ ଆକାରରେ ଟଙ୍କା ପ୍ରଦାନ କରି ପାରିବେ। ହେଲେ ଏହି ଟଙ୍କାକୁ ଆକାଶରେ ଉଡ଼ାଇବା ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି ସୁପ୍ରିମ କୋର୍ଟ।
୨୦୦୫ପରଠାରୁ ମହାରାଷ୍ଟ୍ର ସରକାର କୌଣସି ଡ୍ୟାନ୍ସ ବାରକୁ ଲାଇସେନ୍ସ ପ୍ରଦାନ କରି ନାହାନ୍ତି। ତେବେ ଭାରତୀୟ ସମ୍ବିଧାନକୁ ଦୃଷ୍ଟିରେ ରଖି ଡ୍ୟାନ୍ସ ବାର ପ୍ରତି ପ୍ରତିବନ୍ଧକ ଲଗାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି। ମହାରାଷ୍ଟ୍ର ସରକାର ଡ୍ୟାନ୍ସ ବାରରେ ମହିଳାଙ୍କୁ ଶୋଷଣ କରାଯାଉଛି ବୋଲି ଯେଉଁ ଯୁକ୍ତି ଦର୍ଶାଇ ଥିଲେ ସୁପ୍ରିମ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ଡ୍ୟାନ୍ସ ବାରରେ କାର୍ଯ୍ୟରତ ମହିଳାଙ୍କୁ କର୍ମଚାରୀର ମାନ୍ୟତା ମିଳିବା ସହ ନିଜ ପେଟପାଟଣା ପାଇଁ ଏହାକୁ ଏକ ବୃତ୍ତି ଭାବେ ସେମାନେ ଗ୍ରହଣ କରିଛନ୍ତି ବୋଲି କୋର୍ଟରେ ବାର ମାଲିକ ସତ୍ୟପାଠ ଦାଖଲ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମ କୋଟ ଚୂଡ଼ାନ୍ତ ରାୟକୁ ସଂରକ୍ଷିତ ରଖିଥିଲେ।
ଗୁରୁବାର ସୁପ୍ରିମ କୋର୍ଟ ତାଙ୍କ ରାୟ ଶୁଣାଇବା କରିବା ପୂର୍ବରୁ ସମୟାନୁକ୍ରମେ ଦେଶରେ ଅଶ୍ଳିତତାର ପରିଭାଷା ବଦଳି ଯାଇଛି। ଏଭଳି କ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ଭିତ୍ତି କରି ଡ୍ୟାନ୍ସ ବାର ଉପରେ ଅଙ୍କୁଶ ଲଗାଇବା ଭିତ୍ତିହୀନ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories