www.samajalive.in
Sunday, December 7, 2025
23.1 C
Bhubaneswar

ବିଷ୍ଣୁ ସହସ୍ରନାମ ପାଠ ଜପ କରିବାର ମାନ୍ୟତା

ଭଗବାନ ବିଷ୍ଣୁଙ୍କୁ ସଂସାରର ପାଳନ କର୍ତ୍ତା କୁହାଯାଏ। ଭଗବାନ ବିଷ୍ଣୁଙ୍କ ସବୁଠାରୁ ବଡ ସ୍ତୁତି ହେଉଛି ବିଷ୍ଣୁ ସହସ୍ରନାମ। ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ଉପାସନା କରିବା ଦ୍ବାରା ଜୀବନ ଅତି ସହଜରେ ଅତିବାହିତ ହୋଇଥାଏ। ବିଷ୍ଣୁ ସହସ୍ରନାମରେ ଭଗବାନଙ୍କର ଏକ ହଜାର ନାମ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ସ୍ତୁତିର ଜପ କରିବା ଦ୍ବାରା ଜୀବନରେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଥାଏ। ଆସନ୍ତୁ ଜାଣିବା ବିଷ୍ଣୁ ସହସ୍ରନାମ ପାଠ ସମ୍ବନ୍ଧରେ ..

ଭଗବାନ ବିଷ୍ଣୁଙ୍କ ନାମ ଧରିବା ଦ୍ବାରା ଜୀବନରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ବାଧା ଦୂର ହୋଇଥାଏ। ତାଙ୍କର ପୂଜା ଓ ଉପାସନା କରିବା ଦ୍ବାରା ଜୀବନ ଅତି ସହଜରେ ଅତିବାହିତ ହୋଇଥାଏ। ବିଷ୍ଣୁ ସହସ୍ରନାମ ପାଠ କରିବା ଦ୍ବାରା ଜାତକରେ ବୃହସ୍ପତି ଗ୍ରହଙ୍କ ସ୍ଥିତି ମଜଭୂତ ହୋଇଥାଏ। ଏହାସହ ସମସ୍ତ ଗ୍ରହ ଓ ନକ୍ଷତ୍ର ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଆନ୍ତି।

- Advertisement -

ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ସ୍ଥିତି ଦୁର୍ବଳ ରହିଥିଲେ ବ୍ୟକ୍ତିଙ୍କର ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଷ୍ଣୁ ସହସ୍ରନାମ ପାଠ ଜପ କରନ୍ତୁ। ଏହି ପାଠ ଜପ କରିବା ଦ୍ବାରା ବୈବାହିକ ଜୀବନରେ ଉତ୍ପନ୍ନ ହେଉଥିବା ସମସ୍ୟା ଦୂର ହୋଇଥାଏ।

ବିଧି :

ପ୍ରତିଦିନ ପ୍ରାତଃକାଳରେ ବିଷ୍ଣୁ ସହସ୍ରନାମ ପାଠ ଜପ କରନ୍ତୁ। ପାଠ ଆରମ୍ଭ କରିବା ପୂର୍ବରୁ ଓ ପରେ ବିଷ୍ଣୁଙ୍କ ଧ୍ୟାନ କରନ୍ତୁ। ଏହାସହ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ବିଷ୍ଣୁ ସହସ୍ରନାମ ପାଠ ଜପ କରିବା ପରେ ଗୁଡ, ଚଣା କିମ୍ବା ହଳଦିଆ ମିଠା ଭୋଗ ଲଗାନ୍ତୁ। ବିଷ୍ଣୁ ସହସ୍ରନାମ ପାଠ କରିବା ପାଇଁ ଗୁରୁବାର ସର୍ବତ୍ତୋମ ଅଟେ। ଗୁରୁବାର ଦିନ ଲୁଣ ସେବନ କରନ୍ତୁ ନାହିଁ। ବିଷ୍ଣୁ ସହସ୍ରନାମ ପାଠ କରିବା ଦିନ ସାତ୍ତ୍ବିକ ଭୋଜନ ସେବନ କରନ୍ତୁ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories