www.samajalive.in
Sunday, December 7, 2025
18.1 C
Bhubaneswar

ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ତିଗିରିଆ ବନ୍ୟାଞ୍ଚଳ ଅନୁଧ୍ୟାନ

ତିଗିରିଆ : ଗୁରୁବାର ମଧ୍ୟ ରାତ୍ରିରୁ ତିଗିରିଆ ବ୍ଲକ ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ଗ୍ରାମ ଜଳବନ୍ଦୀ ହୋଇ ରହିଛି। ଗ୍ରାମ ଚତୁପାର୍ଶ୍ବରେ ରହିଥିବା ଶହଶହ ଏକର ଧାନ ଓ ପନିପରିବା ଚାଷ ବନ୍ୟାଜଳରେ ବୁଡ଼ିଯାଇଥିବା ବେଳେ ଗ୍ରାମକୁ ଯୋଗାଯୋଗ କରିବାକୁ ତିଗିରିଆ ପଟକୁ ରହିଥିବା ଚଷାଆଁରା-ପାଇକିଆରା ଏବଂ ନଦୀକୂଳକୁ ସଂଯୋଗ କରୁଥିବା ଚଷାଆଁରା-ତେନ୍ତୁଳିଆ ରାସ୍ତାରେ ବନ୍ୟା ଜଳର ପ୍ରଖର ସ୍ରୋତ ପ୍ରବାହିତ ହେଉଛି। ସ୍ଥାନୀୟରେ ମହାନଦୀର ଜଳପତ୍ତନ ଆଜି ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ହୁଳୁହୁଳା ଓ ବଡ଼ବନ୍ଧ ପୋଲ ଉପରେ ମହାନଦୀର ପଛୁଆ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଚଷାଆଁରା ସହିତ ତିଗିରିଆର ଆଭ୍ୟନ୍ତରୀଣରେ ବିଭିନ୍ନ ପଞ୍ଚାୟତର ଚାଷଜମିରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି।

ଶୁକ୍ରବାର ସନ୍ଧ୍ୟାସୁଦ୍ଧା ଚଷାଆଁରା ବ୍ୟତିତ ଅନ୍ୟ କୌଣସି ଜନବସତି ଜଳବନ୍ଦୀ ହୋଇନଥିବା ବେଳେ ଗୋଟିଏ ପରେ ଗୋଟିଏ ଗ୍ରାମର ଧାନ ଓ ପନିପରିବା ଚାଷ ଉପରେ ବନ୍ୟାଜଳ ମାଡ଼ିଚାଲିଛି। ଏହି ବନ୍ୟା ପରିସ୍ଥିତିରେ ଜଳବନ୍ଦୀ ଚଷାଆଁରା ଗ୍ରାମକୁ ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବୋଟ ଯୋଗେ ଯିବା ସହ ସେଠାକାର ଲୋକଙ୍କ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ବିପନ୍ନଙ୍କର ଯେଭଳି କୌଣସି ସମସ୍ୟା ନହୁଏ ସେଥିପାଇଁ ସ୍ଥାନୀୟ ପ୍ରଶାସନ ସଜାଗ ରହିବାକୁ ପରାମର୍ଶ ଦେବା ସହ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚଷାଆଁରା ସମେତ ମହାନଦୀ କୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକର ସ୍ଥିତିକୁ ବୁଲି ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଥିଲେ।

- Advertisement -

ମନ୍ତ୍ରୀଙ୍କ ସହିତ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ, ବିଡ଼ିଓ ଦିପ୍ତିମୟୀ ବେହେରା, ବ୍ଲକ ଅଧ୍ୟକ୍ଷା ରୂପା ଦଳେଇ, ତିଗିରିଆ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱ ବିକାଶ ରାଉତରାୟ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସତ୍ୟବ୍ରତ ଦାଶ, ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇ ପ୍ରମୁଖ ଚଷାଆଁରା ସମେତ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ସେହପରି ପରେ କଟକ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହମ୍ମଦ ଅବଦ୍ଦୁଲ ଅକତର ମଧ୍ୟ ଚଷାଆଁରା ସହିତ ନଦୀକୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକ ପରିଦର୍ଶନ କରି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।

ତେବେ ବିଡ଼ିଓ ଶ୍ରୀମତି ବେହେରାଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଜଳବନ୍ଦୀ ଚଷାଆଁରାର ଲୋକସଂଖ୍ୟା ୮୩୦ ରହିଥିବା ବେଳେ ଶୁକ୍ରବାର ଅପରାହ୍ଣରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଚୁଡ଼ା ଓ ଗୁଡ଼ ଯୋଗାଇ ଦିଆଯାଇଛି। ଏହା ସହିତ ପାନୀୟ ଜଳ ଏବଂ ହାଲୋଜେନ ଟାବଲେଟ ଦିଆଯାଇଛି ବୋଲି ସେ କହିଛନ୍ତି। ସେହିପରି ଗୃହପାଳିତଙ୍କ ପାଇଁ ଗ୍ରାମରେ ରହିଥିବା ୧୬୫ ବଡ଼ ଗୋରୁଗାଇ ଏବଂ ୯୧ଟି ଛେଳିମେଣ୍ଢାଙ୍କ ପାଇଁ ଶନିବାର ସକାଳେ ୨୦ କ୍ୱିଣ୍ଟାଲ ସବୁଜ ଘାସ ଯୋଗାଇ ଦିଆଯିବା ସହ ପରବର୍ତ୍ତୀରେ ୧୩ କ୍ୱିଣ୍ଟାଲ ଗୋଦାନା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥିବା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀ ଦାସ କହିଛନ୍ତି। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ବିନ୍ଧାଣିମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଲୋକଙ୍କ ପାଇଁ ଜ୍ୱର, ଝାଡ଼ା, ଓଆରଏସ ପ୍ୟାକେଟ ଆଦି ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାଦିଦିଙ୍କ ଦାୟିତ୍ୱରେ ରହିଛି ଏବଂ ତିଗିରିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ସାପକାମୁଡ଼ା ଇଞେକ୍ସନ ମଧ୍ୟ ମହଜୁଦ ରହିଥିବା ଡାକ୍ତର ଶ୍ରୀ ରାଉତରାୟ କହିଛନ୍ତି। ବାହ୍ୟ ଜଗତ ସହ ଯୋଗାଯୋଗ ଏବଂ ରିଲି‘ ପରିବହନ ଲାଗି ଚଷାଆଁରା ଠାରେ ଯନ୍ତ୍ରଚାଳିତ ବୋଟ ଚାଲୁ ରହିଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories