BJD Bijuli 480×75 Mob

ମଙ୍ଗଳବାର ରାଶିଫଳ

BJD Bijuli 480×75 Mob
0

ମେଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସକଳ ଗୁଣର ଆଧାର ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ପାଇବେ। ବିଳାସ ବ୍ୟସନ ମଧ୍ୟରେ ସମୟ କଟାଇପାରନ୍ତି। ଯଶସ୍ୱୀ ହେବେ।
ବୃଷ: ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ବନ୍ଧୁଗହଣରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଆବଶ୍ୟକ। ଧନାଗମ ହେବାର ସୂଚନା ମିଳୁଛି। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ତ୍ୟାଗପୂତ ମନୋବୃଦ୍ଧିର ହେବେ।
ମିଥୁନ: ନୂତନ ଯୋଗାଯୋଗରେ ସଫଳତା ମିଳିବ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଧନବାନ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ।
କର୍କଟ: ସତ୍‍ପ୍ରେରଣା ପାଇ ଉତ୍‍ଫୁଲ୍ଲିତ ହେବେ। ଆଦର ସମ୍ମାନ ମିଳିପାରେ। ସମୟ ଆପଣଙ୍କ ପାଇଁ ଅନୁକୂଳ ନୁହେଁ। ଅପ୍ରିୟ ସତ୍ୟକଥା କହି ବିରୋଧୀ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ଅହେତୁକ ବୃଦ୍ଧି ପାଇବ। ଚକ୍ଷୁ ପୀଡ଼ା ଉପୁଜି ପାରେ।
ସିଂହ: ପାରିବାରିକ ସୁଖ ମିଳିପାରେ। ଉଚ୍ଚଆଶା ଫଳବତୀ ହେବ। କର୍ମକ୍ଷେତ୍ରରେ ସହଯୋଗୀଙ୍କୁ ସହାୟତା ଦେଇ ଆତ୍ମ ସନ୍ତୋଷ ଲାଭ କରିବେ। ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବ। ଆତ୍ମ ନିର୍ଭରଶୀଳ ହୋଇପାରନ୍ତି।
କନ୍ୟା: ଚିନ୍ତାଦୂର ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ଅର୍ଥାଭାବ ରହିବ ନାହିଁ। ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ହୋଇପାରନ୍ତି। ଯାନବାହନ ଚଳାଚଳରେ ସତର୍କ ରହିବେ।
ତୁଳା: ପରିଶ୍ରମ ଅଧିକ କଲେ ବି ସ୍ୱଳ୍ପ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ରହିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଜନୈକା ମହିଳାଙ୍କ ଦ୍ୱାରା ବିଶେଷ ଉପକୃତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁଖଭୋଗ କରିବେ।
ବିଛା: ମନ ଚଞ୍ଚଳ ରହିବ। ନିଜଲୋକମାନେ ଦାଉ ସାଧିବାକୁ ଚେଷ୍ଟା କଲେ ବି, ବିଫଳ ହେବେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଜଳଯାତ୍ରା ମନା।
ଧନୁ: ସ୍ୱ ଆତ୍ମ ବିଶ୍ୱାସକୁ ପାଥେୟ କରି କାର୍ଯ୍ୟ କଲେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। କେତେକ ନୂତନ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗ୍ରହୀ ହେବେ। ଅର୍ଥ ଲାଭ ହେବ। ନାନା ସୁଖର ଅଧିକାରୀ ହେବେ।
ମକର: ଗୃହ କାର୍ଯ୍ୟରେ ଆନନ୍ଦ ଅନୁଭବ କରିବେ। ବକୟା ଅର୍ଥକୁ ଆଦାୟ କରିବାରେ ସକ୍ଷମ ହେବେ। ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ କରିବେ। କେତେକ ଗୃହ ଉପକରଣ ଦ୍ରବ୍ୟ କିଣି ପାରନ୍ତି। ଭୋଗ ବିଳାସରେ ଦିନ ବିତିବ। ଶତ୍ରୁ ଦମନ କରିବେ।
କୁମ୍ଭ: ଚଞ୍ଚଳ ପ୍ରକୃତିର ହେବେ। ପ୍ରଚୁର ଆୟ ସହିତ ପ୍ରବଳ ବ୍ୟୟର ସୂଚନା ମିଳୁଛି। ବ୍ୟବସାୟ ଅଧିକ ଲାଭଜନକ ହେବ। ବିଶୃଙ୍ଖଳା ଘଟିଥିବା କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି। ଅଭାବୀ ଲୋକଙ୍କ ପ୍ରତି ଦୟାର ଅବତାର ହୋଇପାରନ୍ତି।
ମୀନ: ଯାତ୍ରାକାଳୀନ ସତର୍କତା ଏକାନ୍ତ ଜରୁରୀ। ନିଜକୁ କଳହ ମୁକ୍ତ ରଖିବାକୁ ଚେଷ୍ଟାରେ ସଫଳ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚାଷ କାର୍ଯ୍ୟରେ ମନ ଦେବେ। ପାରିବାରିକ ସୁଖ ମିଳିବ। ଅନ୍ୟର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ।

Leave A Reply