www.samajalive.in
Saturday, December 6, 2025
14.1 C
Bhubaneswar

ଭାରତ ବନ୍ଦକୁ ସମର୍ଥନ କରିବନି ବିଜେଡି

ଭୁବନେଶ୍ୱର: ତେଲ ଦର ବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ତିନିଦିନ ଧରି ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ମାତ୍ର ଆସନ୍ତାକାଲି ତୈଳ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡ଼କରା ଦିଆଯାଇଥିବାବେଳେ ବିଜୁ ଜନତା ଦଳ ଏହାକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ବିଜେଡି ମୁଖପାତ୍ର ତଥା ବିଧାୟକ ସମୀର ଦାସ କହିଛନ୍ତି ଯେ ତୈଳ ଦର ବୃଦ୍ଧିକୁ ଦଳ ବିରୋଧ କରୁଛି। ଏଥିପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଦାୟୀ। ଲୋକମାନଙ୍କୁ ଏ ଦିଗରେ ସଚେତନ କରାଯିବା ପାଇଁ ପେଟ୍ରୋଲ ପମ୍ପ ଆଗରେ ଧାରଣା ମାଧ୍ୟମରେ ପ୍ରତିବାଦ କରାଯାଇଥିଲା। ମାତ୍ର ଆସନ୍ତାକାଲି କଂଗ୍ରେସର ବନ୍ଦ ଡକରାରେ ବିଜେଡି ସମର୍ଥନ ଦେବ ନାହିଁ।
ସୂଚନାଯୋଗ୍ୟ ଯେ ଭାରତ ବନ୍ଦ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲି ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories