www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ-ପାକ୍‍ ସୀମାରେ ଆତଙ୍କବାଦୀ ତାଲିମ ଶିବିର ପୁଣି ସକ୍ରିୟ

ଶ୍ରୀନଗର: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କ ଭାରତ ବିରୋଧୀ ଆଭିମୁଖ୍ୟ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି। ଇମ୍ରାନ୍‍ଙ୍କୁ ପାକ୍‍ ସେନାର ସଖି କଣ୍ଢେଇ ବୋଲି କରାଯାଇଥିବା ଆରୋପ ପ୍ରମାଣିତ ହେବାରେ ଲାଗିଛି। ୨୦୧୬, ସେପ୍ଟେମ୍ବର ମାସରେ ଭାରତୀୟ ସେନାଙ୍କ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ରେ ଧ୍ୱଂସ ପାଇଥିବା ଭାରତ ପାକ୍‍ ସୀମାରେ ଆତଙ୍କବାଦୀ ତାଲିମ୍‍ ଶିବିରଗୁଡ଼ିକୁ ପୁଣି ଥରେ ସକ୍ରିୟ କରାଯାଉଛି।
ଗୁଇନ୍ଦା ସୂଚନା ଅନୁଯାୟୀ ପାକ୍‍ ଅଧିକୃତ କାଶ୍ମୀରରେ ଏଲ୍‍ଓସି ବା ନିୟନ୍ତ୍ରଣ ରେଖା ନିକଟରେ ପାକ୍‍ ସେନା ପକ୍ଷରୁ ୮ଟି ନୂଆ ଲଞ୍ଚ ପ୍ୟାଡ୍‍ ନିର୍ମାଣ କରାଯାଇଛି। ସେଠାରେ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି। ସେହି ୮ଟି ଲଞ୍ଚପ୍ୟାଡ୍‍ ସମେତ ୨୭ଟି ଲଞ୍ଚପ୍ୟାଡ୍‍ ଜରିଆରେ ୨୫୦ ଜଣ ଆତଙ୍କବାଦୀ ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ଅଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ଜୁଲାଇରେ ଏନ୍‍କାଉଣ୍ଟରରେ ହିଜ୍‍ବୁଲ୍‍ କମାଣ୍ଡର ବୁରହାନ୍‍ ୱାନି ନିହତ ହେବା ପରେ କାଶ୍ମୀରରେ ଆତଙ୍କବାଦୀମାନେ ଅଧିକ ଉଗ୍ର ହୋଇଉଠିଛନ୍ତି। ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ପଥର ଆକ୍ରମଣକାରୀ ଓ ଭିଡ଼ ହିଂସାକୁ ଅନେକ ପରିମାଣରେ ନିୟନ୍ତ୍ରଣ କରାଯାଇପାରିଥିଲେ ହେଁ ପୁଲିସ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରିବାର ନୂଆକୌଶଳ ଆପଣେଇଛନ୍ତି ଆତଙ୍କବାଦୀମାନେ।
ୱାନିଙ୍କ ନିହତର ପ୍ରଭାବ ପାକିସ୍ତାନ ଉପରେ ମଧ୍ୟ ପଡ଼ିଛି। ୱାନିଙ୍କ ମୃତ୍ୟୁ ପୂର୍ବରୁ ଏଲ୍‍ଓସି ନିକଟରେ ମାତ୍ର ୧୪ଟି ଲଞ୍ଚ ପ୍ୟାଡ୍‍ ଥିବା ବେଳେ ପରବର୍ତ୍ତୀ ସମୟରେ ଲଞ୍ଚ ପ୍ୟାଡ୍‍ ସଂଖ୍ୟା ବୃଦ୍ଧି ପାଇଛି। ଇମ୍ରାନ୍‍ ଖାନ୍‍ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ପରେ ୮ଟି ନୂଆ ଲଞ୍ଚ ପ୍ୟାଡ୍‍ ନିର୍ମାଣ କରାଯାଇଛି।
ମୋଟ ୨୭ଟି ଲଞ୍ଚ ପ୍ୟାଡ୍‍ ମଧ୍ୟରୁ ଲିପା, ଚାକୋଠି, ବାରାକୋଟ, ଶାରଡି, ଜୁରା ଓ ବାରାକୋଟ୍‍ରେ ଲସ୍କର-ଇ-ତୋଇବା ଏବଂ କହୁଟାରେ ହିଜବୁଲ୍‍ ମୁଜାହିଦ୍ଦିନର ତାଲିମ ଶିବିର ଚାଲିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories