ତ୍ରିପୁରାରେ ଓଡିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ
କଟକ. – ତ୍ରିପୁରାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ବିଏଡ୍ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ଏବେ ତତ୍ପର ହୋଇ ପଡିଛନ୍ତି । ଏହି ଛାତ୍ରଛାତ୍ରୀମାନେ କାନ୍ଦି କାନ୍ଦି ସାହାଯ୍ୟ ଭିକ୍ଷା କରୁଛନ୍ତି ।
ଏହାପରେ ଓଡିଶାର ପୁଲିସ ମହାନିର୍ଦେଶକ ଆରପି ଶର୍ମା ତ୍ରିପୁରା ପୁଲିସ ମହାନିର୍ଦେଶକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏହା ସହ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ଉଚ୍ଚ ସ୍ତରୀୟ କମିଟିକୁ ଅଗରତାଲାକୁ ପଠାଇଛି । ପୁରୀରେ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଧାମାଧବ ଦାଶ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ବି ପରମେଶ୍ୱରନ ଅଗରତାଲାକୁ ଯାଇଛନ୍ତି । ରାଜ୍ୟ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଏ ବିଷୟରେ ସୂଚନା ଦେଇଛନ୍ତି । ସେଠାରେ ପୁଲିସ ମୁତୟନ କରାଯାଇଛି । ଛାତ୍ରଛାତ୍ରୀଙ୍କ ପ୍ରତି କୌଣସି ବିପଦ ନ ଥିବା କଥା ସେ ସୂଚନା ଦେଇଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ସହ ଏ ବିଷୟରେ କଥା ବାର୍ତ୍ତା କରିଥିବା ସୂଚନା ଦେଇଛନ୍ତି ।
ତଳ ଭିଡିଓ ଲିଙ୍କରେ ଦେଖନ୍ତୁ ଆକ୍ରମଣ ବିଷୟରେ କଅଣ କହୁଛନ୍ତି ଛାତ୍ରଛାତ୍ରୀ