ମହିଳାଙ୍କ ଅଭିଯୋଗ ପରେ ଭଦ୍ରକ ଜେଲର ବଦଳିଲେ

0

ଭୁବନେଶ୍ୱର: ଦୁଇ ଜଣ ମହିଳାଙ୍କ ବିବାଦରେ ଛନ୍ଦି ହୋଇପଡିଥିବା ଭଦ୍ରକ ଜେଲର୍‍ ଚିନ୍ମୟ ପାତ୍ରଙ୍କୁ ଜେଲ୍‍ ପ୍ରଶାସନ ବୁଧବାର ବଦଳି କରି ଦେଇଛନ୍ତି। ଭଦ୍ରକ ଜେଲ୍‍ର ତାଙ୍କୁ ମ. ରାମପୁର ସବ୍‍ଜେଲକୁ ବଦଳି କରି ଦିଆଯାଇଛି। ଭଦ୍ରକ ଜେଲର ଶ୍ରୀ ପାତ୍ରଙ୍କ ବିରୋଧରେ ଭଦ୍ରକର ଜଣେ ଯୁବତୀ ଗତ ରବିବାର ଟାଉନ୍‍ ଥାନାରେ ନିର୍ଯାତନା ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହ କରିବା ଭଳି ଅଭିଯୋଗ କରିଥିଲେ। ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ପରେ ବଡ଼ବିଲ୍‍ର ସଂଖ୍ୟାଲଘୁ ସମ୍ପ୍ରଦାୟର ଆଉ ଜଣେ ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଦୁଇ ଜଣ ମହିଳା ଜେଲ୍‍ରଙ୍କ ବିରୋଧରେ ଅଭିଯୋଗ କରିବା ପରେ ସର୍କଲ ଜେଲ୍‍ର ବରିଷ୍ଠ ଅଧୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଜେଲ ବିଭାଗର ଅତିରିକ୍ତ ମହାନିର୍ଦେଶକ ବିନୟାନନ୍ଦ ଝା ନିର୍ଦେଶ ଦେଇଥିଲେ। ବରିଷ୍ଠ ଅଧୀକ୍ଷକଙ୍କଠାରୁ ରିପୋର୍ଟ ପାଇବା ପରେ ଜେଲ୍‍ ପ୍ରଶାସନ ପକ୍ଷରୁ ତାଙ୍କୁ ବଦଳି କରିଦିଆଯାଇଛି।

Leave A Reply