ବେଗମ ଜିଆଙ୍କ ଜାମିନ ମିଆଦ ବଢ଼ିଲା

0

ଢାକା : ଏକ ଜାଲିଆତି ମାମଲାରେ ସ୍ଥାନୀୟ ଅଦାଲତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ଜାମିନ ମିଆଦକୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ନିମ୍ନ ଅଦାଲତ ୭୨ ବର୍ଷୀୟ ଖାଲିଦାଙ୍କୁ ଏହି ମାମଲାରେ ଦୋଷୀସାବ୍ୟସ୍ତ କରିବା ସହ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଖାଲିଦାଙ୍କ ପକ୍ଷରୁ ଏହି ରାୟ ପ୍ରତିବାଦରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ନିମ୍ନ ଅଦାଲତରୁ ଆବଶ୍ୟକ କାଗଜପତ୍ର ମିଳିନଥିବାରୁ ମାମଲାର ଶୁଣାଣିକୁ ହାଇକୋର୍ଟ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଖାଲିଦାଙ୍କ ବିରୋଧରେ ଦେଶର ବିଭିନ୍ନ ଅଦାଲତରେ ବର୍ତ୍ତମାନ ୩୪ଟି ମାମଲା ବିଚାରାଧୀନ ରହିଛି।

Leave A Reply