www.samajalive.in
Saturday, December 6, 2025
14.1 C
Bhubaneswar

ବେକାର ଯୁବକଯୁବତୀଙ୍କୁ ନିଯୁକ୍ତିରେ ଅବହେଳା ନେଇ ବିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡ଼ା : ଝାରସୁଗୁଡା ଜିଲା ବ୍ରଜରାଜନଗର ଇବ ଭ୍ୟାଲି ଖଣି ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ସ୍ଥାନୀୟ  ଯୁବକଯୁବତୀଙ୍କୁ ନିଯୁକ୍ତିରେ ଅବହେଳା କରୁଥିବା ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିର୍ବାଚନ ଆରମ୍ଭରୁ କେନ୍ଦ୍ର ବିଜେପି ସରକାର ଦେଶର ସମସ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲା।ମାତ୍ର ନିର୍ବାଚନ ଜିତିବା ପରେ ସମସ୍ତ ପ୍ରତିଶ୍ରୁତିକୁ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି। ଫଳରେ ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଯୁବକ ଏବଂ ଯୁବତୀ ବୃଦ୍ଧି ପାଉଛନ୍ତି। ଏହାକୁ ବିରୋଧ କରି ରାଜ୍ୟ ସାରା ବିକ୍ଷୋଭ କରାଯାଇଥିବା ବେଳେ ଝାରସୁଗୁଡ଼ା ଜିଲାରେ ମଧ୍ୟ ଏହା ଦେଖାଦେଇଛି। ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ପୂର୍ବତନ ବିଧାୟକ ଅନୁପ କୁମାର ସାଏ, ତ୍ରିନାଥ ଗୁଏଲ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories