www.samajalive.in
Saturday, December 6, 2025
14.1 C
Bhubaneswar

ଆରବିଆଇଠାରୁ ୩.୬ଲକ୍ଷ କୋଟି ଟଙ୍କା ନେବ କେନ୍ଦ୍ର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ ଆରବିଆଇରେ ଗଚ୍ଛିତ ଥିବା ଏକ ତୃତୀୟାଂଶ ଅର୍ଥକୁ ବ୍ୟବହାର କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହି ଅର୍ଥ କେନ୍ଦ୍ର ସରକାର ଦେଶର ବିକାଶ କ୍ଷେତ୍ରରେ ବିନିଯୋଗ କରିବେ। ଆଗାମୀ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆରବିଆଇର ବୋର୍ଡ଼ ବୈଠକରେ କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପସ୍ଥାପନ କରିବା ସହ ଆରବିଆଇ ଗଭର୍ଣ୍ଣରଙ୍କ ଭୂମିକାକୁ କମାଇବାକୁ ନୂଆ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ରିଜର୍ଭ ବ୍ୟାଙ୍କ ପାଖରେ ଗଚ୍ଛିତ ଥିବା ୯.୬ଲକ୍ଷ କୋଟି ଟଙ୍କାକୁ ନେଇ କେନ୍ଦ୍ର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି।
ରିଜର୍ଭ ବ୍ୟାଙ୍କ ପାଖରେ ଗଚ୍ଛିତ ଥିବା ବିପୁଳ ଅର୍ଥକୁ ଗଚ୍ଛିତ ରଖିବା ଏକ ସଂଙ୍କୁଚିତ ଧାରା ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଛି। ତେଣୁ କେନ୍ଦ୍ର ସରକାର ଏହି ଅର୍ଥକୁ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରି ଏହି ସଂଙ୍କୁଚିତ ଧାରାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଗଚ୍ଛିତ ଥିବା ୯.୬ଲକ୍ଷ କୋଟି ଟଙ୍କାରୁ କେନ୍ଦ୍ର ସରକାର ୩.୬ଲକ୍ଷ କୋଟି ଟଙ୍କା ମୁଦ୍ରା ସଞ୍ଚାର ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିବାକୁ ଚାହୁଁଛନ୍ତି। ରିଜର୍ଭ ବ୍ୟାଙ୍କର ବୋର୍ଡ଼ରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସଂଖ୍ୟା ଅଧିକ ଥିବାରୁ ବୋର୍ଡ଼ରେ ଏହା ସର୍ବସମ୍ମତିକ୍ରମେ ଗୃହୀତ ହେବାର ସମ୍ଭାବନା ମଧ୍ୟ ରହିଛି। ଫଳରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଆରବିଆଇ ଗଭର୍ଣ୍ଣରଙ୍କୁ ଏହି ପ୍ରସ୍ତାବ ମାନିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ।
ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଏଭଳି ପ୍ରସ୍ତାବ ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିବ ବୋଲି ଆରବିଆଇ ଯୁକ୍ତି ଦର୍ଶାଇଛି। ଗଚ୍ଛିତ ଅର୍ଥକୁ ଖର୍ଚ୍ଚ କରିବା ଉଚିତ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କ ଯୁକ୍ତି ଦର୍ଶାଇବା ସହ ଏହି ଅର୍ଥକୁ ଖର୍ଚ୍ଚ କରିବା ଦ୍ୱାରା ଲାଭର ପରିମାଣ କମିଯିବ ବୋଲି ଆରବିଆଇ ଆଶଙ୍କା ପ୍ରକାଶ କରିଛି।
୨୦୧୭-୧୮ରେ ମଧ୍ୟ ରିଜର୍ଭ ବ୍ୟାଙ୍କ ୫୦ହଜାର କୋଟି ଟଙ୍କା କେନ୍ଦ୍ରକୁ ପ୍ରଦାନ କରିଥିଲା। ସେହିପରି ୨୦୧୬-୧୭ରେ ମଧ୍ୟ ରିଜର୍ଭ ବ୍ୟାଙ୍କ ୩୦ହଜାର ୬୫୯କୋଟି ଟଙ୍କା କେନ୍ଦ୍ରକୁ ପ୍ରଦାନ କରିବାର ନଜିର ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories