“ବିମାନରେ ବିସ୍ଫୋରକ’ କହି ଗିରଫ ହେଲେ ଇଣ୍ଡିଗୋ କର୍ମଚାରୀ

0

ନୂଆଦିଲ୍ଲୀ: ଇଣ୍ଡିଗୋର ଜଣେ କର୍ମଚାରୀଙ୍କୁ ଗୁଜବ ପ୍ରଚାର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଗିରଫ କରିଛି। ଦିଲ୍ଲୀରୁ ମୁମ୍ବଇ ଯାଉଥିବା ବିମାନରେ ବିସ୍ଫୋରକ ଥିବା ଗୁଜବ ଇଣ୍ଡିଗୋ କର୍ମଚାରୀଜଣକ ପ୍ରଚାର କରିଥିଲେ। କାର୍ତ୍ତିକ ମାଧବ ନାମକ ଉକ୍ତ କର୍ମଚାରୀଙ୍କୁ ଦ୍ୱିଲ୍ଲୀ ପୁଲିସ ପୁନେରୁ ଶୁକ୍ରବାର ଗିରଫ କରିଛି। ମେ ୨ସକାଳ ୮.୧୫ରେ ଦିଲ୍ଲୀରୁ ମୁମ୍ବଇ ଅଭିମୂଖେ ଯାତ୍ରା କରୁଥିବା ବିମାନରେ ବିସ୍ଫୋରକ ରହିଛି ବୋଲି ମିଥ୍ୟା ଫୋନ୍‍ କରିଥିଲେ କାର୍ତ୍ତିକ। ଏଭଳି ସୂଚନା ପାଇଁ ବିମାନବନ୍ଦର କର୍ତ୍ତୁପକ୍ଷ ଦୀର୍ଘ ୨ଘଣ୍ଟା କାଳ ଉକ୍ତ ବିମାନରେ ଖୋଳତାଳ କରି କିଛି ପାଇ ନଥିଲେ। ଏଭଳି ଗୁଜବ ପାଇଁ ପରବର୍ତ୍ତୀ ସମୟରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। କାଲ ଆସିଥିବା ନମ୍ବର ଯାଞ୍ଚରେ କାର୍ତ୍ତିକ ସମ୍ପର୍କରେ ଜଣାପଡ଼ିଥିଲା। କାର୍ତ୍ତିକ ଦୀର୍ଘ ଦିନ ଧରି ଇଣ୍ଡିଗୋ ବିମାନ ସଂସ୍ଥାନରେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ କର୍ତ୍ତୁପକ୍ଷ ଏକାଧିକ ଥର କାର୍ତ୍ତିକଙ୍କୁ ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଆଣିବା ପାଇଁ ପୂର୍ବରୁ ସତର୍କ କରାଇ ଥିଲେ। କମ୍ପାନୀ କର୍ତ୍ତୁପକ୍ଷଙ୍କ ଏଭଳି ପଦକ୍ଷେପର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କାର୍ତ୍ତିକ ଏଭଳି ଗୁଜବ ପ୍ରଚାର କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।

Leave A Reply