ବାଇକ୍ ଚୋରି ଅଭିଯୋଗ ; ୩ଗିରଫ

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ବଜାରରୁ ବାଇକ୍ ଚୋରି ଅଭିଯୋଗରେ ଘଟଗାଁ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ମାନେ କୋଇଡା ଅଞ୍ଚଳର ଜୟରାମ ମହାକୁଡ଼ , ସାନ ବରବେଡାର ସରୋଜ କୁମାର ମହାନ୍ତ ଓ ବଡ ମହୁଲଡିହାର ପିଣ୍ଟୁ ନାଏକ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଟିକିରା ଗ୍ରାମର ପ୍ରମୋଦ କୁମାର ବେହେରାଙ୍କ ଏକ ବାଇକ୍ ଢେଙ୍କିକୋଟ ବଜାରର ପାଟଣା ରୋଡରେ ରଖିଥିବା ସମୟରେ ଚୋରି ହୋଇଯାଇଥିଲା। ପ୍ରମୋଦ ଚୋରି ହୋଇଯାଇଥିବା ଘଟଣା ଜଣାପଡିବା ପରେ ଆଖପାଖରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବାଇକଟି ପାଇନଥିଲେ। ଏନେଇ ଢେଙ୍କିକୋଟ ଫାଣ୍ଡିରେ ଜଣାଇବା ସହ ଘଟଗାଁ ଥାନାରେ ଜଣାଇଥିଲେ । ତେବେ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ ପରେ ବାଇକଟି ଘଟଗାଁର ଏକ ଡ୍ରେସ ଦୋକାନ ସାମ୍ନାରେ ରଖି ଡ୍ରେସ କିଣିଥିବା ଜଣାପଡିଥିଲା। ତେବେ ବହୁ ଖୋଜାଖୋଜି ପରେ ଢେଙ୍କିକୋଟର ବିଦେଶୀ ମଦ ଦୋକାନ ନିକଟରେ ମଦ୍ୟପାନ କରୁଥିବା ସମୟରେ ସ୍ଥାନୀୟ ଯୁବକ ଓ ପୁଲିସ ସମ୍ପୃକ୍ତ ଚୋରକୁ ବାଇକ୍ ସହ କାବୁ କରି ଘଟଗାଁ ଥାନାକୁ ନେଇଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ।

Comments are closed.