www.samajalive.in
Saturday, December 6, 2025
14.1 C
Bhubaneswar

ବାଂଲାଦେଶ ଦିନିକିଆ ସିରିଜ ଜିତିଲା

ସିଲ୍‌ହଟ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଛି ଘରୋଇ ବାଂଲାଦେଶ। ଶୁକ୍ରବାର ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ଇଣ୍ଡିଜ୍‌କୁ ୮ ୱିକେଟରେ ବାଂଲାଦେଶ ପରାସ୍ତ କରିଛି। କ୍ରମାଗତ ୨ୟ ମ୍ୟାଚ୍‌ରେ ସାଇ ହୋପ୍ ଶତକ ହାସଲକରି ଅପରାଜିତ ରହିବା ଯୋଗୁଁ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍ ୬ ୱିକେଟରେ ୧୯୮ ରନ୍ କରିଥିଲା। ପରେ ତମିମ୍ ଇକ୍‌ବାଲ ଓ ସୌମ୍ୟ ସରକାରକଙ୍କ ଲଢ଼ୁଆ ଇନିଂସ ବଳରେ ୩୮.୩ ଓଭରରେ ୨ ୱିକେଟ ହରାଇ ବାଂଲାଦେଶ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌କୁ ୨-୧ରେ ବାଂଲାଦେଶ ଜିତିନେଇଛି।
ବାଂଲାଦେଶ ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। ୱେଷ୍ଟଇଣ୍ଡିଜ୍ ଓପ୍‌ନର ସାଇ ହୋପ୍ ୧୩୧ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୧୦୮ ରନ୍‌କରି ଅପରାଜିତ ଥିବା ବେଳେ ଅନ୍ୟ କେହି ବଡ଼ ସ୍କୋର୍ କରି ପାରିନଥିଲେ। ମାର୍ଲନ୍ ସାମୁଏଲ୍‌ସ ୧୯, କିମୋ ପଲ୍ ୧୨ ଓ ଡ୍ବେନ୍ ବ୍ରାଭୋ ୧୦ ରନ୍ କରିଥିଲେ। ମେହ୍‌ଦି ହାସନ୍ ମିରାଜ୍ ୨୯ ରନ୍ ଦେଇ ୪ଟି ୱିକେଟ ନେଇଥିବା ବେଳେ ସାକିବ୍ ଅଲ୍ ହାସନ୍ ଓ ମସ୍ରଫି ମୋର୍ତାଜା ୨ଟି ଲେଖାଏଁ ୱିକେଟ ନେଇଥିଲେ। ପରେ ବାଂଲାଦେଶର ଓପ୍‌ନର ଲିଟନ୍ ଦାସ ୨୩ ରନ୍‌କରି ଆଉଟ ହୋଇଥିଲେ। ୨ୟ ୱିକେଟ ପାଇଁ ତମିମ୍ ଇକ୍‌ବାଲ ଓ ସୌମ୍ୟ ସରକାର ୧୩୧ ରନ୍ ଯୋଗ କରିଥିଲେ। ସୌମ୍ୟ ସରକାର ୮୧ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୮୦ ରନ୍ କରିଥିଲେ। ବାମହାତି ତମିମ୍ ଇକ୍‌ବାଲ ୯ଟି ଚୌକା ସହ ୮୧ ଏବଂ ମୁସ୍‌ଫିକୁର ରହିମ୍ ୧୪ ବଲ୍‌ରୁ ୧୬ ରନ୍‌କରି ଅପରାଜିତ ରହିଥିଲେ। କିମୋ ପଲ୍ ଉଭୟ ୱିକେଟ ନେଇଥିଲେ। ମେହ୍‌ଦି ହାସନ୍ ମିରାଜ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ସାଇ ହୋପ୍ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories