www.samajalive.in
Monday, December 15, 2025
17.1 C
Bhubaneswar

ବରିଷ୍ଠ ନାଗରିକ ପାଇଁ ପୁଲିସର ଯୋଜନା

ବ୍ରହ୍ମପୁର: ପୁଲିସ ସବୁବେଳେ ଲୋକଙ୍କ ପାଇଁ ଓ ଲୋକଙ୍କ ସହ ରହିଛି । ଏହି ବାର୍ତ୍ତା ଦେବା ପାଇଁ ପୁଲିସ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ବେଳେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପୁଲିସ ଅଂଟା ଭିଡ଼ିଛି । କିଛିଦିନ ଧରି ଏଥିପାଇଁ ଆରମ୍ଭ ହୋଇଛି ଏକ ଯୋଜନା । ଏହି ଯୋଜନା ମାଧ୍ୟମରେ ଥାନା ଅଧିନରେ ବିଭିନ୍ନ ସ୍ଥାନରେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ଓ ଏହାପରେ ସେମାନଙ୍କୁ ପୁଲିସ ପକ୍ଷରୁ ପ୍ରଦାନ କରାଯାଉଛି ପରିଚୟ ପତ୍ର । ଏଥିପାଇଁ ଆଜି ବ୍ରହ୍ମପୁର ଟାଉନ ହଲ ପରିସରରେ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଚିହ୍ନଟ ହୋଇଥିବା ବରିଷ୍ଠ ନାଗରିକମାନଙ୍କୁ ଏହି ଅବସରରେ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ୟ୍ୟକ୍ରମରେ ଦକ୍ଷିଣାଂଚଳ, ପଶ୍ଚିମାଂଚଳ ପୁଲିସ ଡିଆଇଜି ଆଶିଷ କୁମାର ସିଂ ଅତିଥି ରୂପେ ଯୋଗଦାନ କରି ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଂଟନ ସହ ବିଭିନ୍ନ  ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରିଥିଲେ । ବ୍ରହ୍ମପୁର ସହରରେ ଥିବା ବୈଦ୍ୟନାଥପୁର ଥାନା, ଟାଉନ ଥାନା, ବଡ଼ବଜାର ଥାନା, ଗୋଷାଣିନୂଆଗାଁ ଥାନା ଓ ସଦର ଥାନା ଅଧିନରେ ରହୁଥିବା ୫୧୬ ଜଣ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।  ଏହାପୂର୍ବରୁ ଦୁଇଟି ପର୍ୟ୍ୟାୟରେ ୨୨୪ ଜଣଙ୍କୁ ପରିଚୟ ପତ୍ର ବଂଟନ ସରିଛି । ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ସେମାନଙ୍କ ଅସମୟରେ ହେଉ କିମ୍ବା କୌଣସି ପରିସ୍ଥିତିରେ ସୁରକ୍ଷା ଚାହିଁଲେ ପୁଲିସ ତୁରନ୍ତ ସେମାନଙ୍କ ନିକଟରେ ପହଂଚିବ । ଏହାସହ ପରିଚୟ ପତ୍ର ପିନ୍ଧି ବୁଲୁଥିବା ଏହି ନାଗରିକମାନଙ୍କ ଉପରେ ମଧ୍ୟ ପୋଲିସର ଦୃଷ୍ଟି ରହିବ । ପୁଲିସର ଏପରି ଯୋଜନାକୁ ବରିଷ୍ଠ ନାଗରିକମାନେ ସ୍ୱାଗତ କରିଛନ୍ତି ଓ ଅନେକଙ୍କ ସନ୍ତାନ ବାହାରେ ରହୁଥିଲେ ବି ସେମାନେ ଏବେ ଆଉ ନିଜକୁ ଅସୁରକ୍ଷିତ ମଣୁ ନାହାନ୍ତି ବୋଲି କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories