www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରିପେଡ ଏଲପିଜି ଭାଉଚର ବ୍ୟବସ୍ଥା ବିକଶିତ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ମୋବାଇଲ ପ୍ରିପେଡ଼ ଭାଉଚର ଭଳି ପ୍ରିପେଡ଼ ଏଲପିଜି ଭାଉଚର ବ୍ୟବସ୍ଥା ଆଣିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଜ୍ୱଳା ଉତ୍ସବରେ ଆହ୍ୱାନ କରିଛନ୍ତି। ଯଦି ପେଟ୍ରୋଲ ଓ ଡିଜେଲ ଘରେ ପହଞ୍ଚାଇବା ବ୍ୟବସ୍ଥା ସମ୍ଭବ ହୋଇପାରିଲା, ଏଲପିଜିର ଡୋର ଡେଲିଭରି ସିଷ୍ଟମ କାହିଁକି ବିକଶିତ ହୋଇପାରିବ ନାହିଁ। ବଜାରରେ ଉପଲବ୍ଧ ୧୪.୫ କିଲେ ଓ ୫ କିଲୋ ଗ୍ୟାସ ସିଲିଣ୍ଡର ବଦଳରେ ଗ୍ରାହକ ନିଜ ଇଛା ମୁତାବକ ୫୦/୧୦୦ ଟଙ୍କାର ଭାଉଚର ବ୍ୟବହାର କରି ସହଜରେ ଗ୍ୟାସ କିଣି ପାରିବ। ତେବେ ଏଭଳି ସେବା ପ୍ରଦାନ ପୂର୍ବରୁ ସୁରକ୍ଷା ଦିଗ ପ୍ରତି ଯତ୍ନବାନ ହେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ମାଧ୍ୟମରେ ଦେଶର ମହିଳା ହିତାଧିକାରୀଙ୍କୁ ମୋଦି ସରକାର ସ୍ୱାସ୍ଥ୍ୟ ଓ ସମୟ ଦେଇଛନ୍ତି। ବଳକା ସମୟକୁ ବିନିଯୋଗ କରି ଉଜ୍ୱଳା ଯୋଜନା ମହିଳା ଲାଭାର୍ଥୀ କିପରି ଜାତୀୟ ଅର୍ଥନୀତିରେ ନିଜର ଯୋଗଦାନ କରିପାରୁଛନ୍ତି ସେନେଇ ଏକ ଚିତ୍ର ଆଗାମୀ ୩/୪ ବର୍ଷରେ ଜଣାପଡ଼ିବ। ଉଜ୍ୱଳା ଯୋଜନାକୁ ଏକ ସାମାଜିକ ପରିବର୍ତ୍ତନ ଯୋଜନା ଭାବେ ଅଭିହିତ କରି ବିଗତ ୬୦ ବର୍ଷରେ ଦେଶରେ ମାତ୍ର ୧୩ କୋଟି ଇନ୍ଧନ ଗ୍ୟାସ ସଂଯୋଗ ରହିଥିବା ବେଳେ ଗତ ସାଢ଼େ ଚାରି ବର୍ଷରେ ୧୨ କୋଟି ଇନ୍ଧନ ଗ୍ୟାସ ସଂଯୋଗ ଦିଆଯିବା ମୋଦି ସରକାରର ଏକ ବିଶେଷ ସଫଳତା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦର୍ଶାଇଥିଲେ। ଏନଡିଏ ସରକାର ଅମଳରେ ଇନ୍ଧନ ଗ୍ୟାସ ଶିଳ୍ପ ସହ ଜଡ଼ିତ ଶିଳ୍ପର କ୍ଷମତା ଦ୍ୱିଗୁଣିତ ହୋଇଛି ଏବଂ ଏହା ଦ୍ୱାରା ଅର୍ଥନୀତିର ଅଭିବୃଦ୍ଧି ଏବଂ ରୋଜଗାର ସୃଷ୍ଟି କରାଯାଇ ପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।
ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଦୃପ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ତାଙ୍କୁ ଏବେ ଦିନକୁ ଦୁଇ ଥର ଉଜ୍ୱଳା ଯୋଜନା ମନେପଡ଼ୁଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories