ୱାଶିଂଟନ୍ : ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନେବା-ଆଣିବା ପାଇଁ ଭାରତକୁ ଦୁଇଟି ଅତ୍ୟାଧୁନିକ ବିମାନ ଯୋଗାଇବାକୁ ଆମେରିକା ସମ୍ମତି ପ୍ରକାଶ କରିଛି। ଏ ସଂକ୍ରାନ୍ତ ୧୯୦ ନିୟୁତ ଡଲାର ବିନିମୟରେ ଆମେରିକା ଭାରତକୁ ଆତ୍ମରକ୍ଷା(ଏସ୍ପିଏସ୍) ବ୍ୟବସ୍ଥା ସମ୍ବଳିତ ଦୁଇଟି ବୃହତ୍ ଅତ୍ୟାଧୁନିକ ବୋଇଂ-୭୭୭ ଯୁଦ୍ଧବିମାନ ଯୋଗାଇବ। ବିମାନରେ ସିଏମ୍ଡିଏସ୍ ଓ ଏଲଏଆଇଆରସିଏମ୍ ବ୍ୟବସ୍ଥା ଉପଲବ୍ଧ ହେବ। ଏହି ବିମାନରେ କ୍ଷେପଣାସ୍ତ୍ର ଆକ୍ରମଣର ମୁକାବିଲା ଶକ୍ତି ରହିବ। ଏହି ବିମାନ ଏୟାର ଇଣ୍ଡିଆରେ ସାମିଲ ହେବ ଏବଂ ଏହା ପରେ ଏୟାର ଇଣ୍ଡିଆ ଭାରତୀୟ ବାୟୁସେନାର ସମକକ୍ଷ ହୋଇପାରିବ। ଏଥିରେ ୧୨ ଗାଡିର୍ର୍ଆନ୍ ଲେଜର ଟ୍ରାନ୍ସମିଟର ଆସେମ୍ବ୍ଲି ଏବଂ ୮ଏଲଏଆଇଆରସିଏମ ସିଷ୍ଟମ, ୨୩କ୍ଷେପଣାସ୍ତ୍ର ସତର୍କ ସେନ୍ସର, ୫ସିଏମ୍ଡିଏସ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଏଥିପାଇଁ ଆବଶ୍ୟକ ପ୍ରମାଣପତ୍ର ଉପଲବ୍ଧ କରାଇବାକୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନକୁ ନିର୍ଦେଶ ଦେଇଛି। ସିନେଟ୍ରେ ଏହି ପ୍ରସ୍ତାବ ମଞ୍ଜୁର ହେଲେ ଭାରତ ସହିତ ଏ ନେଇ ରାଜିନାମା ସ୍ବାକ୍ଷର ହେବ। ଓକ୍ଲାହୋମାସ୍ଥିତ ବୋଇଂ କମ୍ପାନୀ ସହିତ ଏହି ରାଜିନାମା ସ୍ବାକ୍ଷର ହେବ। ଏଭଳି ବିମାନ ଯୋଗାଇବା ପାଇଁ ଆମେରିକାକୁ ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ବିମାନ ଯୋଗାଣ ମାଧ୍ୟମରେ ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଘଟିବ ଓ ଜାତୀୟ ସୁରକ୍ଷା ମଜଭୂତ ହେବ। ଦକ୍ଷିଣ-ପୂର୍ବ ଏସିଆରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠାରେ ମଧ୍ୟ ଏହା ସହାୟକ ହେବ ବୋଲି ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ଚିନ୍ତା: ୧୯୦ନିୟୁତ ଡଲାରରେ ୨ ଅତ୍ୟାଧୁନିକ ବିମାନ କିଣିବ ଭାରତ
Popular Categories



