www.samajalive.in
Sunday, December 7, 2025
16.1 C
Bhubaneswar

ଆଇଏଏସ୍‌ ଅଧିକାରୀଙ୍କ ପୁଅ ବାହାଘର ଖର୍ଚ୍ଚ ୧୮ହଜାର ଟଙ୍କା

ହାଇଦରାବାଦ : ଖବରର ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ୍ୟ। ଆନ୍ଧ୍ରପ୍ରଦେଶ ପାହ୍ୟାର ଜଣେ ଆଇଏଏସ୍‌ ଅଧିକାରୀ ଏ କ୍ଷେତ୍ରରେ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଜାକଜମକପୂର୍ଣ୍ଣ ବିବାହର ଯୁଗ ଚାଲିଥିଲାବେଳେ ବିଶାଖାପାଟଣା ମହାନଗର ଉନ୍ନୟନ କର୍ତ୍ତୃପକ୍ଷ (ଭିଏମଆରଡିଏ)ର କିମସନର ଭାବେ କାର୍ଯ୍ୟରତ ପାଟନାଲା ବସନ୍ତ କୁମାର ନିଜ ପୁଅ ବିବାହ ଭିନ୍ନ ଢ଼ଙ୍ଗରେ କରିବାକୁ ଚାହିଁଛନ୍ତି। ୨୦୧୭ରେ ନିଜ ଝିଅ ବାହାଘରରେ ମାତ୍ର ୧୬ହଜାର ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସିଥିବା ବସନ୍ତ କୁମାର ପୁଅ ବାହାଘରରେ ଏହାର ପୁନରାବୃତ୍ତି ଘଟାଇବାକୁ ଯାଉଛନ୍ତି। ଫେବୃଆରୀ ୧୦ରେ ପୁଅ ବାହାଘର ହେଉଛି ଓ ଏଥିପାଇଁ ସେ ମାତ୍ର ୩୬ହଜାର ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ଉଭୟ ବର ଓ କନ୍ୟା ପକ୍ଷ ଏହି ଖର୍ଚ୍ଚର ସମାନ ଭାଗ କରି ୧୮ହଜାର ଲେଖାଏଁ ବହନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ଅତିଥିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି। ଏହି ଉତ୍ସବରେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ରାଜ୍ୟପାଳ ଇଏସ୍‌ଏଲ ନରସିମା ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବସନ୍ତ କୁମାର ୨୦୧୨ରେ ଆଇଏଏସ୍‌ ଭାବେ ପଦୋନ୍ନତି ପାଇଥିଲେ। ସେ ରାଜ୍ୟପାଳ ନରସିମାଙ୍କ ଯୁଗ୍ମ ସଚିବ ତଥା ସ୍ବତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories