ପୂର୍ବରୁ ମଧ୍ୟ ଏହି ୬ ମୁଖ୍ୟ ବିଚାରପତିଙ୍କ ବିରୋଧରେ ହୋଇଥିଲା ମହାଅଭିଯୋଗ

0

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ଆଣିବା ପାଇଁ କଂଗ୍ରେସ ସମେତ ପ୍ରମୁଖ ୭ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ଜଷ୍ଟିସ ଲୈହା ମାମଲାରେ ପରାଜିତ ହେବା ପରେ କଂଗ୍ରେସ ଏହି ରଣନୀତି ଦ୍ୱାରା ତା’ର ଭାବମୂର୍ତ୍ତିକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ଏପରିକି କଂଗ୍ରେସ ସମେତ ୭ଟି ରାଜନୈତିକ ଦଳର ସାଂସଦ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପତ୍ରରେ ଦସ୍ତଖତ କରିଦେଇଛନ୍ତି। ତେବେ ଏଭଳି ଘଟଣା ଭାରତୀୟ ଗଣତନ୍ତ୍ର ଇତିହାସରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏକାଧିକ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପତ୍ର ସ୍ୱାକ୍ଷରିତ ହୋଇଛି। ଆସନ୍ତୁ ଜାଣିବା କେବେ ଓ କାହାକୁ ନେଇ ଏଭଳି ଘଟଣା ଘରିଥିଲା।
୨୦୧୧ରେ ରାଜ୍ୟସଭାରେ କଲକାତାର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସୌମିତ୍ର ସେନଙ୍କ ବିରୋଧରେ ତାଙ୍କ କାର୍ଯ୍ୟକାଳ ସମୟରେ ଅର୍ଥନୈତିକ ଅନିୟମିତତା ଅଭିଯୋଗ ଓ ଭୁଲ ତଥ୍ୟ ବ୍ୟବହାର କରି ରାୟ ଶୁଣାଇବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଲୋକସଭାରେ ସଂଖ୍ୟାଗରିଷ୍ଠତା ହାସଲ ପ୍ରକ୍ରିୟାରେ ପହଞ୍ଚି ଥିଲା। ତେବେ କାର୍ଯ୍ୟକାଳ ସମ୍ପନ୍ନ ହେବା ପୂର୍ବରୁ ନ୍ୟାୟମୂର୍ତ୍ତି ତାଙ୍କ କାର୍ଯ୍ୟକାଳରୁ ଇସ୍ତଫା ଦେଇଥିଲେ।
୨୦୧୫ରାଜ୍ୟସଭାର ୫୮ସାଂସଦ ଗୁଜରାଟର ଉଚ୍ଚ ନ୍ୟାୟାଳୟର ବିଚାରପତି ଜେ.ବି ପର୍ଦିବାଲାଙ୍କ ବିରୋଧରେ ମହାଅଭିଯୋଗର ନୋଟିସ ପ୍ରେରଣ କରାଯାଇ ଥିଲା। ସଂରକ୍ଷଣକୁ ନେଇ ପଟ୍ଟିଦାର ନେତା ହାର୍ଦିକ ପଟେଲଙ୍କ ବିରୋଧରେ ଦେଇଥିବା ଏକ ମାମଲାର ରାୟରେ ସଂରକ୍ଷଣକୁ ନେଇ ଏକ ଟିପ୍ପଣୀକୁ କେନ୍ଦ୍ର କରି ମହାଅଭିଯୋଗ ପତ୍ର ପ୍ରସ୍ତୁତ ହୋଇଥିଲା। ରାଜ୍ୟସଭାର ସଭାପତି ହାମିଦ ଆନସାରୀଙ୍କୁ ପଠାଇବାର କିଛି ସମୟ ମଧ୍ୟରେ ରାୟରୁ ଟିପ୍ପଣୀକୁ ହଟାଇ ନେବାରୁ ମହାଅଭିଯୋଗ ପ୍ରକ୍ରିୟା ଆଗକୁ ବଢି ନଥିଲା।
ସିକିମ ଉଚ୍ଚ ନ୍ୟୟାଳୟର ତତ୍କାଳୀନ ବିଚାରପତି ପି ଡି ଦିନାକରନଙ୍କ ବିରୋଧରେ ଜମି ଜବରଦଖଲ, ଭ୍ରଷ୍ଟାଚାର ଓ ନ୍ୟାୟିକ ଅଧିକାରର ଦୁରୁପଯୋଗ ଅଭିଯୋଗରେ ତାଙ୍କ ବିରୋଧରେ ମହାଅଭିଯୋଗ ପତ୍ର ପ୍ରକ୍ରିୟା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଏହି ପ୍ରକ୍ରିୟା ଚୂଡ଼ାନ୍ତ ହେବା ପୂର୍ବରୁ ବିଚାରପତି ଦିନାକରନ ତାଙ୍କ ପଦରୁ ୨୦୧୧ରେ ଇସ୍ତଫା ଦେଇଥିଲେ।
ଆନ୍ଦ୍ର ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟର ବିଚାରପତି ନାଗାର୍ଜୁନ ରେଡ୍ଡିଙ୍କୁ ନେଇ ୨୦୧୬ରେ ବିବାଦ ହୋଇଥିଲା। ଜଣେ ଦଳିତ ବିଚାରପତିଙ୍କୁ ହଟାଇବା ପାଇଁ ତାଙ୍କ ପଦର ଦୁରୁୁପୋଯୋଗ କରିଥିବା ଶ୍ରୀ ରେଡ୍ଡିଙ୍କ ଉପରେ ଅଭଯୋଗ ହୋଇଥିଲା। ତାଙ୍କ ବିରୋଧରେ ରାଜ୍ୟସଭାର ୬୧ଜଣ ସାଂସଦ ମହାଅଭିଯୋଗ ପତ୍ରରେ ସ୍ୱାକ୍ଷର କରିଥିଲେ। ପରବର୍ତ୍ତୀ ସମୟରେ ସ୍ୱାକ୍ଷର କରିଥିବା ୯ଜଣ ରାଜ୍ୟସଭା ସାଂସଦ ସେମାନଙ୍କ ସ୍ୱାକ୍ଷର ଫେରସ୍ତ ନେଇଥିଲେ। ଫଳରେ ଏହି ଘଟଣା ଆଗକୁ ବଢିବା ପୂର୍ବରୁ ସ୍ଥଗିତ ରହିଯାଇଥିଲା।
୧୯୯୦ରେ ପଞ୍ଜାବ ଓ ହରିଆନାର ମୁଖ୍ୟ ବିଚାରପତି ବି ରାମାସ୍ୱାମୀଙ୍କ ବିରୋଧରେ ୧୯୯୩ରେ ମହାଅଭିଯୋଗ ପ୍ରକ୍ରିୟା ଆରମ୍ଭ କରାଯାଇ ଥିଲା। ତେବେ ଲୋକସଭାରେ ରାମାସ୍ୱାମୀଙ୍କ ବିରୋଧରେ ସଂଖ୍ୟାଗରିଷ୍ଠ ମତ ହାସଲ କରି ନପାରିବାରୁ ଏହି ମହାଅଭିଯୋଗ ପ୍ରକ୍ରିୟା ଖାରଜ ହୋଇଯାଇ ଥିଲା।

Leave A Reply