www.samajalive.in
Sunday, December 7, 2025
23.1 C
Bhubaneswar

ପୂର୍ବତନ ସରପଞ୍ଚଙ୍କୁ ଅପହରଣ

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡ଼ିର ଜଣାଶୁଣା ଯୁବନେତା ଭଗବାନ ବାଡ଼ତ୍ୟାଙ୍କୁ ୪ ଜଣ ଯୁବକ ମାଉଜର ଦେଖାଇ ଅପହରଣ କରିନେଇ ମାଡ ମାରିବା ପରେ ଟଙ୍କା ଲୁଟି ନେଇଥିବା ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏହି ଯୁବ ନେତା ଜଣକ ଗତକାଲି ରାତିରେ ବମକେଇରୁ ଦିଗପହଣ୍ଡି ଆସୁଥିଲେ। ସେ ଦିଗପହଣ୍ଡିରେ ରହନ୍ତି। ନିଜ ଗ୍ରାମରୁ କାମ ସାରି ଦିଗପହଣ୍ଡି ଘରକୁ ଫେରିବା ବାଟରେ ପଦ୍ମନାଭପୁର ଶନି ମନ୍ଦିର ନିକଟରେ ତାଙ୍କର ବାଇକ ଅଟକାଇଥିଲେ ଦୁର୍ବୃତ୍ତ। ମାଉଜର ଦେଖାଇ ଅପହରଣ କରି ଚାଙ୍ଗୁଡ଼ି ଦେଇ ପାହାଡ଼କୁ ନେଇଯାଇଥିଲେ। ସେଠାରେ ନିସ୍ତୁକ ମାଡ଼ ଦେଇଥିଲେ। ତାଙ୍କ ସେଲ ଫୋନ ସହିତ ତାଙ୍କ ମନିପର୍ସରୁ ୧୫୦୦ ଟଙ୍କା ନେଇଯାଇଥିଲେ। ପୁଲିସରେ ଖବର ଦେଲେ ମାରି ଦିଆଯିବ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି। ପୁଲିସ ସନ୍ଦେହରେ ବମକେଇ ଗ୍ରାମର ସୁଧିର କୁମାର ସାହୁ ଏବଂ ବସନ୍ତ କୁମାର ବାଡ଼ତ୍ୟାଙ୍କୁ ଅଟକ ରଖିଥିଲା। ଏତଲାକାରୀ ଭଗବାନ ବାଡ଼ତ୍ୟା ସେହି ଯୁବକଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ଦୁଇ ଜଣ ଫେରାର ଅଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories