ପଶ୍ଚିମବଙ୍ଗରେ ପୁଣି ବିଜେପି କର୍ମୀଙ୍କୁ ହତ୍ୟା

0

କଲକାତା: ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ପଶ୍ଚିମବଙ୍ଗର ଜନୈକ ବ୍ଲକସ୍ତରୀୟ କର୍ମୀଙ୍କୁ ଶୁକ୍ରବାର ରାତିରେ କିଛି ଅଜ୍ଞାତ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ପଶ୍ଚିମବଙ୍ଗର ଦକ୍ଷିଣ ୨୪ପରଗନା ଜିଲାର ମଦୀର ବଜାର ଥାନା ଅନ୍ତର୍ଗତ ଶାନ୍ତିପାରା ସରଦାର ରାତିରେ କାମ ସାରି ଘରକୁ ଫେରୁଥିବାବେଳେ କିଛି ଅଜ୍ଞାତ ଦୁବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାଇମଣ୍ଡ ହାର୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ତେବେ ଡାକ୍ତରଖାନା କର୍ତ୍ତୁପକ୍ଷ ତାଙ୍କ କଲକାତା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ସ୍ଥାନାନ୍ତର ସମୟରେ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇ ଥିଲା। ପଞ୍ଚାୟତ ନିର୍ବାଚନ ପରଠାରୁ ସର୍ଦାରଙ୍କୁ ଫୋନ୍‍ରେ ଅଜ୍ଞାତ ଦୁବୃତ୍ତ ଧମକ ଦେଉଥିଲେ ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏପରିକି ନିର୍ବାଚନ ପରିଣାମ ଘୋଷଣା ହେବା ପରେ କିଛି ଟିଏମସି କର୍ମୀ ବିଜେପିରେ ସାମିଲ ହେବାର ଯୋଜନା ମଧ୍ୟ ଥିଲା। ଏହି ସାମିଲ ପ୍ରକ୍ରିୟାରେ ସର୍ଦାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରିବାରବର୍ଗ ଏହି ହତ୍ୟାକାଣ୍ଡ ପ୍ରଚ୍ଛଦରେ ତୃଣମୂଳ କଂଗ୍ରେସର ସମର୍ଥକଙ୍କୁ ଦାୟୀ କରିଥିବାବେଳେ ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

Leave A Reply