www.samajalive.in
Friday, December 12, 2025
14.1 C
Bhubaneswar

ନିଶାଣରେ ମାୟାବତୀ ଓ ହୁଦା: ୧୯ରାଜ୍ୟର ୧୧୦ ସ୍ଥାନରେ ସିବିଆଇ ଚଢ଼ଉ

ନୂୂଆଦିଲ୍ଲୀ : ସପ୍ତାହକ ବ୍ୟବଧାନରେ ସିବିଆଇ ପକ୍ଷରୁ ପୁଣି ଥରେ ବଡ଼ ଧରଣର ଚଢ଼ଉ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର ୧୯ଟି ରାଜ୍ୟର ମୋଟ ୧୧୦ଟି ସ୍ଥାନରେ ଦୁର୍ନୀତି ଓ ଅସ୍ତ୍ର ଚୋରାକାରବାର ମାମଲା ନେଇ ଏହି ଧରପଗଡ଼ କରାଯାଇଛି। ଏ ସମ୍ପର୍କରେ ମୋଟ ୩୦ଟି ମାମଲା ରୁଜୁ ହୋଇଛି।

ଦିଲ୍ଲୀ, ହାଇଦରାବାଦ, ମୁମ୍ବଇ, ଚଣ୍ଡିଗଡ଼, ଜାମ୍ମୁ, ଶ୍ରୀନଗର, ପୁଣେ, ଜୟପୁର, ରାୟପୁର, ମଦୁରାଇ, କଲକାତା, ରାଞ୍ଚି, ବୋକାରୋ, ଲକ୍ଷ୍ନୌ, କାନପୁର, ଗୋଆ ସମେତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା, କର୍ଣ୍ଣାଟକ, ବିହାର, ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ହୋଇଥିବା ଚଢ଼ଉରେ ୫୫୦ ଅଧିକାରୀ ସାମିଲ ହୋଇଥିଲେ। ଓଡ଼ିଶାର ରାଉରକେଲାଠାରେ ମଧ୍ୟ ଧରପଗଡ଼ ହୋଇଥିବା ସିବିଆଇ ସୂତ୍ରରୁ ପ୍ରକାଶ। ସୂଚନାନୁଯାୟୀ, ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ଓ ହରିୟାଣାର ପୂର୍ବତନ ମୁୂଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଦାଙ୍କୁ ନିଶାଣ କରାଯାଇ ଏହି ଚଢ଼ଉ ହୋଇଛି। ଏମାନେ ସମ୍ପୃକ୍ତ ଥିବା ଉତ୍ତରପ୍ରଦେଶର ଚିନି କଳ ଦୁର୍ନୀତି ଓ ହରିୟାଣାର ଜମି ଦୁର୍ନୀତି ମାମଲାରେ ସିବିଆଇ ଚଢ଼ଉ କରିଛି। ଜୁଲାଇ ୨ରେ ବ୍ୟାଙ୍କ ଜାଲିଆତି ମାମଲାରେ ଦେଶର ୧୨ ରାଜ୍ୟର ୧୮ଟି ମହାନଗରୀ ଅନ୍ତର୍ଗତ ୫୦ଟି ସ୍ଥାନରେ ଚଢ଼ଉ ସହ ୬୪୦କୋଟି ଟଙ୍କା ଠକେଇ ଅଭିଯୋଗକ୍ରମେ ୧୪ଟି ମାମଲା ରୁଜୁ କରାଯାଇଥିଲା।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories