www.samajalive.in
Saturday, December 6, 2025
16.1 C
Bhubaneswar

ଧାମରା ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜସ୍ୱ ଯୁଗ୍ମ ସଚିବ

ଧାମରା: ଶନିବାର ରାଜସ୍ୱ ଯୁଗ୍ମ ସଚିବ ଦିନିକିଆ ଧାମରା ଗସ୍ତରେ ଆସି ଧାମରାରେ ଥିବା ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଯୁଗ୍ମ ରାଜସ୍ୱ ସଚିବ ଦିଲ୍ଲୀପ କୁମାର ସାହୁ ଧାମରାରେ ଦିନ ୧୧ଟା ସମୟରେ ପହଂଚିବା ପରେ ଧାମରା ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସେ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ। ଧାମରାରେ ଥିବା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ଦିଗରେ ସେ ପଦକ୍ଷେପ ନେବେ ବୋଲି ନିଜ ବକ୍ତବ୍ୟ ରଖିଥିଲେ। ଏଥିସହ ଆଗାମୀ ଦିନରେ ରାଜସ୍ୱ ବିଭାଗରେ ସ୍ୱଚ୍ଛତା ଆସିବ ବୋଲି ମଧ୍ୟ କହିଥିଲେ। ଆଜିର ଏହି ସମୀକ୍ଷା ବୈଠକରେ  ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ, ସୁପରଭାଇଜର ଦାଶରଥି ଦାସ, ଧାମରା ରାଜସ୍ୱ ନିରୀକ୍ଷକ କୃଷ୍ନ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories