www.samajalive.in
Saturday, December 6, 2025
26.1 C
Bhubaneswar

ପିଏନବି ଦୁର୍ନୀତି: ନୀରବ ମୋଦୀଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କଲା ସିବିଆଇ

ମୁମ୍ବଇ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବଇର ସ୍ବତନ୍ତ୍ର କୋର୍ଟରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ସିବିଆଇ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି ଯେ, ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ କମ୍ପାନୀର ଜଣେ ନିର୍ଦେଶକଙ୍କ କହିବା ଅନୁସାରେ, ସେ ଯଦି ଭାରତ ଫେରିବେ ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଚି। ତେଣୁ ନୀରବ ମୋଦୀଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଏବଂ ସାକ୍ଷୀଙ୍କୁ ଧମକ ଦେବାର ଅଭିଯୋଗକୁ ନୂଆ ଚାର୍ଜଶିଟ୍‌ରେ ଯୋଡ଼ା ଯାଇଛି।

ନୂଆ ଚାର୍ଜଶିଟ୍‌ରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଭାଇ ନେହଲ ମୋଦୀ ଏବଂ ଅନ୍ୟ ୪ ଜଣଙ୍କ ନାମକୁ ମଧ୍ୟ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି। ଏହି ୪ ଅଭିଯୁକ୍ତ ହେଲେ ପିଏନବିର ଡେପୁଟି ଜେନେରାଲ ମ୍ୟାନେଜର ସଞ୍ଜୟ ପ୍ରସାଦ, ନୀରବ ମୋଦୀଙ୍କ ସହଯୋଗୀ ଅମିତ ମଗିୟା, ସନ୍ଦୀପ ମିସ୍ତ୍ରି ଏବଂ ମିହିର ଭଂସାଲୀ ରହିଛନ୍ତି। ସିବିଆଇ ବିଚାରପତି ବି.ସି. ବର୍ଦେଙ୍କ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରି କହିଛି ଯେ, ଭଂସାଲୀ, ମିସ୍ତ୍ରି ଏବଂ ନେହଲ ମୋଦୀ ଦେଶ ବାହାରେ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ସମନ ଜାରି କରାଯିବା ଆବଶ୍ୟକ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories