ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ସୁନାମୁହିଁ ଗାଁରେ ରବିବାର ଘଟିଛି ଏଭଳି ଅଭାବନୀୟ ଘଟଣା। ଜମିରୁ ଚାଷୀଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ଚାଷୀ ଜଣକ ଜମିରୁ ଧାନ ଅମଳ ପରେ କୁଟା ଜାଳିବା ସମୟରେ ଏଭଳି ଅଘଟଣ ଘଟିଛି। ଚାଷୀ କୁଟା ଜାଳିବା ସମୟରେ ନିଆଁ ତାଙ୍କୁ ଘେରିଯାଇଥିଲା। ଫଳରେ ସେ ବାହାରିପାରି ନ ଥିଲେ। ସେହି ନିଆଁରେ ଜଳି ସେ ପ୍ରାଣ ହରାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।
Popular Categories



