www.samajalive.in
Sunday, December 14, 2025
19.1 C
Bhubaneswar

ଦ୍ବନ୍ଦ୍ବରେ ସୋନମ୍-ରାଜକୁମାର

ନିର୍ମାତା ବିଧୁ ବିନୋଦ ଚୋପ୍ରା ଜଣେ କଡ଼ା ମିଜାଜ୍‌ର ନିର୍ଦେଶକ ମଧ୍ୟ। ଏକଥା ତାଙ୍କ ସହ କାମ କରିଥିବା କଳାକାରମାନେ ଭଲଭାବେ ଅବଗତ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏକ ଲଡକୀ କୋ ଦେଖା ତୋ…’ରେ ଅନିଲ କପୁର, ସୋନମ୍ କପୁର, ଜୁହି ଚାୱଲା ଓ ରାଜକୁମାର ରାଓ ଅଭିନୟ କରୁଛନ୍ତି। ସୁଟିଂ ଶେଷ ହୋଇଯାଇଥିଲାବେଳେ ପୋଷ୍ଟ-ପ୍ରଡକ୍ସନ୍ କାମ ଖୁବ୍ ଜୋର୍‌ରେ ଆଗେଇ ଚାଲିଛି। ଏସବୁ ଭିତରେ କିନ୍ତୁ ବିଧୁ ଅନୁଭବ କଲେ କେତେକ ଦୃଶ୍ୟରେ ସୋନମ୍-ରାଜକୁମାରଙ୍କ ବ୍ୟାକ୍‌ଗ୍ରାଉଣ୍ଡ ଓ ପୋଷାକ ଭଲଭାବେ ଫିଟ୍ ହେଉନାହିଁ। ଆଉ ବିଳମ୍ବ ନକରି ସେ ତୁରନ୍ତ ୟୁନିଟ୍‌କୁ ଅବଗତ କରାଇଲେ ଯେ ଯଥା ଶୀଘ୍ର ଏସବୁ ଦୃଶ୍ୟ ପୁଣି ସୁଟିଂ ହେବ। ଯେତେବେଳେ ସୋନମ୍ ଓ ରାଜକୁମାରଙ୍କୁ ଏ ସମ୍ପର୍କରେ ଅବଗତ କରାଗଲା, ଦୁହେଁ ବିରକ୍ତି ପ୍ରକାଶ କଲେ। କାରଣ ସୋନମ୍ ଏବେ ଆଗାମୀ ଚଳଚ୍ଚିତ୍ର ‘ଦ ଜୋୟା ଫ୍ୟାକ୍ଟର’ ପାଇଁ ଲଣ୍ଡନ ଯାଇଥିବାବେଳେ ରାଜକୁମାର ମଧ୍ୟ ନିଜ ଦୁଇଟି ପ୍ରୋଜେକ୍ଟ ପାଇଁ ଧାଁଧଉଡ଼ କରୁଛନ୍ତି। ଏହା ସହ ଦୁହିଁଙ୍କ ପାଖରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଆଦୌ ସମୟ ନାହିଁ। ତେବେ ନିଜ ଅଭିନୀତ ଚଳଚ୍ଚିତ୍ର ପାଇଁ ଏସବୁ କରିବା ସେମାନଙ୍କ ନିମନ୍ତେ ମଧ୍ୟ ଜରୁରୀ। ମିଳିଥିବା ଖବର ଅନୁସାରେ ସୋନମ୍ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୁମ୍ବଇରେ ସୁଟିଂ ଆରମ୍ଭ କରିପାରନ୍ତି। ରାଜକୁମାର ମଧ୍ୟ ସମ୍ମତି ଜଣାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories