ଦିଲ୍ଲୀରେ ଗଡିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ବର : ଦିଲ୍ଲୀରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଗଡିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ । ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ କେନ୍ଦ୍ର ଖାରଜ କରିଛି । ଏଥର ଓଡ଼ିଶା ପକ୍ଷରୁ ମାଣିଆବନ୍ଧ ଶାଢୀ ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର ମଡେଲ ପ୍ରଦାନ କରାଯାଇଥିଲା । ହେଲେ ଏହାକୁ କେନ୍ଦ୍ର ସରକାର ଖାରଜ କରିଦେଇଛନ୍ତି । ଚଳିତବର୍ଷ ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ ଜାନୁଆରୀ ୨୬ ପରେଡରେ ସାମିଲ ହେବ । ଗତବର୍ଷ କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବା ସହ ପ୍ରଥମ ପୁରସ୍କାର ହାସଲ କରିଥିଲା ।

Comments are closed.