ଦିଲ୍ଲୀରେ ଏନକାଉଣ୍ଟର: ୪ କୁଖ୍ୟାତ ଅପରାଧୀ ମୃତ

0

ନୂଆଦିଲ୍ଲୀ: ଛତରପୁର ଅଞ୍ଚଳରେ ଶନିବାର ସକାଳେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଉଭୟ ପକ୍ଷରୁ ଏକାଧିକ ରାଉଣ୍ଡ ଗୁଳି ଚାଲଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଦିଲ୍ଲୀର ମୋଷ୍ଟ ୱାଣ୍ଟେଡ ରାଜେଶ ଭାରତୀ ଗ୍ୟାଙ୍ଗ ସହ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ ଅଧିକାରୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ରାଜେଶ ଭାରତୀ ସମେତ ଗ୍ୟାଙ୍ଗର ୪ଜଣ ପ୍ରାଣ ହରାଇଛନ୍ତି।  ଏହି ପ୍ରକ୍ରିୟାରେ ୬ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଗୋପନୀୟ ସୁତ୍ରରୁ ଖବର ପାଇଁ ଆଜି ସକାଳେ ଛତରପୁର ଅଞ୍ଚଳକୁ ସ୍ପେସାଲ ସ୍କ୍ୱାର୍ଡ଼ ପୁଲିସ ଘେରି ନେଇଥିଲା। ରାଜେଶ ଭାରତୀ ଓ ତା’ର ଗ୍ୟାଙ୍ଗ ସମ୍ପୃକ୍ତ ଅଞ୍ଚଳରେ ଲୁଚି ରହି ଏକ ବଡ଼ ଧରଣର ଅପରାଧ ଘଟାଇବାର ଚକ୍ରାନ୍ତ କରୁଥିଲା। ଏହି ଖବର ପାଇଁ ଆଜି ସକାଳେ ସ୍ପେସାଲ ସ୍କ୍ୱାର୍ଡ଼ ପକ୍ଷରୁ ଏହି ଗୁଳି ବିନିମୟ କରାଯାଇ ଥିଲା। ଗୁଳି ବିନିମୟରେ ଜଣେ ଗ୍ୟାଙ୍ଗଷ୍ଟାର ଗୁରୁତର ହୋଇଥିବାର ଖବର ପୁଲିସ ସୁତ୍ରରୁ ମିଳିଛି। ରାଜେଶ ପୂର୍ବରୁ ହରିୟାନା ପୁଲିସ ହେପାଜତରେ ଥିବାବେଳେ ସେଠାରୁ କୌଶଳକ୍ରମେ ଖସି ପଳାଇବାକୁ ସଫଳ ହୋଇଥିଲେ। ସେହି ଦିନଠାରୁ ରାଜେଶଙ୍କୁ ହରିୟାନା ପୁଲିସ ଫେରାଲ ଅପରାଧୀ ତାଲିକାରେ ସ୍ଥାନ ଦେଇ ଖୋଳତାଳ ଜାରି ରଖାଯାଇ ଥିଲା। ଇତିମଧ୍ୟରେ ରାଜେଶ ବିଭିନ୍ନ ରାଜ୍ୟରେ ନିଜ ଅପରାଧ କାୟା ବିସ୍ତାର କରି ଚାଲିଥିବାବଳେ ପୁଲିସ ରାଜେଶଙ୍କୁ ଧରିଦେଲେ ୧ଲକ୍ଷ ନଗଦ ପୁରସ୍କାର ରାଶି ଘୋଷଣା ମଧ୍ୟ କରିଥିଲା।

Leave A Reply