ବୋହୁକୁ ହତ୍ୟା ଅଭିଯୋଗରେ ଫେରାର ସ୍ୱାମୀ,ଶାଶୁ ଏବଂ ଶ୍ୱଶୁର ଗିରଫ

ଧାମରା- ଯୌତୁକ ପାଇଁ ବୋହୁ ହତ୍ୟା କରିବା ଅଭିଯୋଗ ପରେ ଫେରାର ହୋଇଯାଇଥିବା ସ୍ୱାମୀ , ଶାଶୁ ଏବଂ ଶ୍ୱଶୁରଙ୍କୁ ବାଂଶଡା ଥାନା ପୁଲିସ ତାମିଲନାଡୁରୁ ଗିରଫ କରିଛି । ବାଂଶଡା ଥାନା ଅଧିନ ବଜାରପୁର ପଂଚାୟତ ଷଣ୍ଡଗଡା ଗ୍ରାମରେ କମଳା ନାୟକ ପିତା ମାଧିଆ ନାୟକ ଏବଂ ମା ମାନସୀ ନାୟକଙ୍କ ବିରୋଧରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଥିଲା । ଏହାପରେ ସେମାନେ ଫେରାର ହୋଇଯାଇ ତାମିଲନାଡୁର ଏକ କାରଖାନାରେ କାମ କରୁଥିଲେ ।

କୌଣସି ସୁତ୍ରରୁ ପୁଲିସ ଖବର ପାଇ ତାମିଲନାଡୁ ତିରିପୁରରୁ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାପରେ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।

 

Comments are closed.