www.samajalive.in
Monday, December 8, 2025
13.1 C
Bhubaneswar

ବୋହୁକୁ ହତ୍ୟା ଅଭିଯୋଗରେ ଫେରାର ସ୍ୱାମୀ,ଶାଶୁ ଏବଂ ଶ୍ୱଶୁର ଗିରଫ

ଧାମରା- ଯୌତୁକ ପାଇଁ ବୋହୁ ହତ୍ୟା କରିବା ଅଭିଯୋଗ ପରେ ଫେରାର ହୋଇଯାଇଥିବା ସ୍ୱାମୀ , ଶାଶୁ ଏବଂ ଶ୍ୱଶୁରଙ୍କୁ ବାଂଶଡା ଥାନା ପୁଲିସ ତାମିଲନାଡୁରୁ ଗିରଫ କରିଛି । ବାଂଶଡା ଥାନା ଅଧିନ ବଜାରପୁର ପଂଚାୟତ ଷଣ୍ଡଗଡା ଗ୍ରାମରେ କମଳା ନାୟକ ପିତା ମାଧିଆ ନାୟକ ଏବଂ ମା ମାନସୀ ନାୟକଙ୍କ ବିରୋଧରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଥିଲା । ଏହାପରେ ସେମାନେ ଫେରାର ହୋଇଯାଇ ତାମିଲନାଡୁର ଏକ କାରଖାନାରେ କାମ କରୁଥିଲେ ।

କୌଣସି ସୁତ୍ରରୁ ପୁଲିସ ଖବର ପାଇ ତାମିଲନାଡୁ ତିରିପୁରରୁ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାପରେ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।

- Advertisement -

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories