ଚନ୍ଦ୍ରଭାଗାଠାରେ ଗାଧୋଉଥିବାବେଳେ ସମୁଦ୍ରରେ ଭାସିଗଲେ ଯୁବକ

ପିପିଲି : ଆଜି ଅପରାହ୍ଣ ସାଢେ ୪ଟା ସମୟରେ କୋଣାର୍କ ନିକଟ ଚନ୍ଦ୍ରଭାଗାଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ୩ ଜଣ ଯୁବକ ଭାସି ଯାଇଥିଲେ । ଲାଇଫଗାର୍ଡ ସଦସ୍ୟମାନେ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସମସ୍ତ ଯୁବକ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡା ବଜାର ଠାରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ନିଖୋଜ ଯୁବକ ଜଣକ ଉକ୍ତ ସଂସ୍ଥାରେ ଡେଲିଭେରୀ ବୟ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ଘର ଅନ୍ୟ ଅଞ୍ଚଳରେ ହୋଇଥିବା ଜଣାପଡିଛି ।ଉଦ୍ଧାର ପାଇଥିବା ୨ ଯୁବକଙ୍କ ଘର ଡେଲାଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ଆଜି ଅଫିସ ଛୁଟି ଥିବାରୁ ସେମାନେ କୋଣାର୍କ ବୁଲିବାକୁ ଯାଇଥିଲେ। ଅପରାହ୍ନରେ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା ।

Comments are closed.