ଶାଳ କାଠ ବୋଝେଇ ପିକଅପ ଭ୍ୟାନ ଜବତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ କାଳିଆଜିଆଣୀ ଗ୍ରାମ୍ୟ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ ଯୋଗେ ଶାଳ କାଠ ବୋଝେଇ କରି ଚୋରା ଚାଲାଣବେଳେ ଠାକୁରମୁଣ୍ଡା ବନବିଭାଗ ଚଢ଼ାଉ କରି କାଠ ବୋଝେଇ ଭ୍ୟାନକୁ ଜବତ କରିଛି। ଘଟଣାସ୍ଥଳରୁ କାଠ ଚାଲାଣକାରୀ ମାଫିଆମାନେ ଫେରାର ହୋଇଯାଇଛନ୍ତି । ବନ କର୍ମଚାରୀମାନେ ଜବତ ଗାଡିକୁ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟକୁ ଆଣି ତଦନ୍ତ କରୁଛନ୍ତି।

କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡ ଡିଏଫଓଙ୍କ ନିର୍ଦେଶକ୍ରମେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ, ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଫରେଷ୍ଟ ନଳିନୀକାନ୍ତ ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, ବିଦ୍ୟାଧର ମହାନ୍ତଙ୍କ ସମେତ ବନ କର୍ମଚାରୀ ଓ ଠାକୁରମୁଣ୍ଡା ଥାନା ପୋଲିସ କାଳିଆଜିଆଣି ଗ୍ରାମ ରାସ୍ତାରେ ଜଗି ରହିଥିଲେ। (OD09 W 0426) ନମ୍ବର  ପିକ ଅପ ଭ୍ୟାନରେ ୫ ଖଣ୍ଡ ଶାଳ ଗଡ ବୋଝେଇ କରି ଆସୁଥିବାବେଳେ ରାସ୍ତାରେ ଭ୍ୟାନକୁ ଜବତ କରିଥିଲେ। ବନ କର୍ମଚାରୀ ଓ ପୁଲିସକୁ ଦେଖି କାଠ ଚାଲାଣକାରୀମାନେ ଖଟଣାସ୍ଥଳରୁ ଅନ୍ଧାରର ସୁଯୋଗ ନେଇ  ଜଙ୍ଗଲ ଭିତରକୁ ଖସି ପଳାଇ ଯାଇଥିଲେ। ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ।

Comments are closed.