ପାଟନା: ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ବିବାହ ଶନିବାର ହେବାକୁ ଯାଉଥିବାବେଳେ ଲାଲୁଙ୍କୁ ମଧ୍ୟ ଏହି ସମୟରେ ଜାମିନ ମିଳି ଯାଇଛି। ଫଳରେ ପୁଅର ବିବାହରେ ପିତାଙ୍କ ଉପସ୍ଥିତିକୁ ନେଇ ଯେଉଁ ସଂଶୟ ଥିଲା ତାହା ସ୍ପଷ୍ଟ ହୋଇଛି। ତେଜପ୍ରତାପଙ୍କ ବିବାହର ଗୋଟିଏ ଦିନ ପୂର୍ବରୁ ଲାଲୁଙ୍କୁ ୬ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ରାଞ୍ôଚ ଉଚ୍ଚ ନ୍ୟାୟାଳୟ। ଗୁରୁବାର ଦିନ ଲାଲୁଙ୍କୁ ଅବଶ୍ୟ ୩ଦିନ ପାଇଁ ପାରୋଲ ମିଳିଥିଲା। ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅଧିକ ଚିକିତ୍ସା ପାଇଁ ଉଚ୍ଚ ନ୍ୟାୟାଳୟ ଏହି ଜାମିନ ପ୍ରଦାନ କରିଛନ୍ତି।
Popular Categories



