ଚେନ୍ନାଇ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣ ଓ ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ପନିରସେଲଭାମ୍ଙ୍କ ଇସ୍ତଫା ଦାବି କରିଛି ଡିଏମକେ। ପନିରଙ୍କ ଜଣେ ସମ୍ପର୍କୀୟ ଭାଇଙ୍କୁ ନେବା ପାଇଁ ବାୟୁସେନାର ହେଲିକପ୍ଟର ବ୍ୟବହାର କରାଯାଇଥିବା ପନିର କହିବା ପରେ ଡିଏମ୍କେ କାର୍ଯ୍ୟକାରୀ ସଭାପତି ଏମ କେ ଷ୍ଟାଲିନ୍ ଆପତ୍ତି ଉଠାଇଛନ୍ତି।
ସୂଚନାଯୋଗ୍ୟ, ପନିର କହିଥିଲେ ଯେ ସିତାରମଣଙ୍କ ଅନୁଗ୍ରହ ଯୋଗୁଁ ତାଙ୍କ ଅସୁସ୍ଥ ସମ୍ପର୍କୀୟ ଭାଇଙ୍କୁ ଚେନ୍ନାଇରୁ ମଦୁରାଇ ସ୍ଥାନାନ୍ତର କରିବା ପାଇଁ ବାୟୁସେନାର ଏୟାର ଆମ୍ବୁଲାନ୍ସ ମିଳିପାରିଥିଲା। ତେଣୁ ସିତାରମଣଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସେ ନୂଆଦିଲ୍ଲୀ ଯାଇଥିଲେ।
ଏହାର ପ୍ରତିକ୍ରିୟାରେ ଷ୍ଟାଲିନ୍ କହିଛନ୍ତି ଯେ ବାୟୁସେନାର ହେଲିକପ୍ଟର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଛି। ଖୋଦ୍ ପନିର ଏହାର ସ୍ୱୀକାର କରିଛନ୍ତି। ବାୟୁସେନା ହେଲିକପ୍ଟର ବ୍ୟବହାର କରିଥିବା ଓ ବ୍ୟବହାର ପାଇଁ ଅନୁମତି ଦେଇଥିବାରୁ ଉଭୟ ଇସ୍ତଫା ଦେବା ଉଚିତ। ଏହି ଘଟଣାକୁ ପନିର ସାର୍ବଜନୀନ କରିଥିବାରୁ ତାଙ୍କୁ ସାକ୍ଷାତ କରିବାକୁ ସିତାରମଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ମିଳି ନଥିଲା।
ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଡିଏମ୍କେ
Popular Categories



