BJD Bijuli 480×75 Mob

ଟ୍ରାକ୍ଟର ମାଲିକଙ୍କୁ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

BJD Bijuli 480×75 Mob
0

ଚମ୍ପୁଆ : ଚମ୍ପୁଆ ଅତିରିକ୍ତ ଜିଲାଜଜ୍‍ ଡଃ ପବିତ୍ରମୋହନ ସାମଲ ଜଣେ ଟ୍ରାକ୍ଟର ମାଲିକଙ୍କୁ ହତ୍ୟା କରାଯିବା ମାମଲାର ବିଚାର କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମଙ୍ଗଲ ମୁଣ୍ଡା(୨୦) ଏବଂ ଗୁରା ମୁଣ୍ଡା(୨୦)ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି। ଏଥି ସହିତ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ଜୋରିମାନା ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ମଧୁସୂଦନ ପତି ଓ ଆସାମୀଙ୍କ ପକ୍ଷରୁ ସୁମନ୍ତନାରାୟଣ ଦାସ ମାମଲା ପରିଚାଳନା କରୁଥିଲେ।
ଚମ୍ପୁଆ ଉପଖଣ୍ଡ ରୁଗୁଡି ଥାନା ଅନ୍ତର୍ଗତ ଗନ୍ଧଲପଡା ଗ୍ରାମରେ ୬ା୨ା୨୦୧୫ରେ ଟ୍ରାକ୍ଟର ମାଲିକ ମୁତାଫା ରୟା ମୁଣ୍ଡା(୪୫) ନିଜ ଘରେ କବାଟ ତିଆରି କରୁଥିଲେ। ଏହି ସମୟରେ ଉପରୋକ୍ତ ୨ଜଣ ଟ୍ରାକ୍ଟର ଶ୍ରମିକ ଅପରାହ୍ନ ୪ଟା ବେଳେ ଘରକୁ ମଜୁରୀ ବାବଦ ଅର୍ଥ ମାଗିବାକୁ ଆସିଥିଲେ। ଏହି ସମୟରେ ରୟା କିଏ କେତେ ପଇସା ନେଇଛ, ସେ ସମ୍ପର୍କରେ ଡ୍ରାଇଭରକୁ ପଚାରିବାକୁ କହିବାରୁ ମଙ୍ଗଲ ଏବଂ ଗୁରା ନିକଟରେ ପଡିଥିବା କୁରାଢି ଓ ବାରିସୀରେ ରୟାଙ୍କ ମୁଣ୍ଡକୁ ଆଘାତ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡି ପଳାଇଥିଲେ। ଏତଲାକାରୀ ରୟାଙ୍କ ପୁଅ ନନ୍ନ ମୁଣ୍ଡା ପାଟି କରିବାରୁ ଦୁହେଁ ଦୌଡି ପଳାଇଥିଲେ। ଫଳରେ ରୁଗୁଡି ଥାନାରେ ଏକ
ମାମଲା ରୁଜୁ କରିଥିଲେ। ରୁଗୁଡି ଥାନା କେସ ନଂ ୧୦/୨୦୧୫ ଏବଂ ଏସ.ଟି. ୩୧/୧୫ ମାମଲା ରେ ଏହାର ବିଚାର ଚାଲିଥିବାବେଳେ ମଙ୍ଗଳବାର ଦଣ୍ଡ ବିଧାନ କରାଯାଇଛି।

Leave A Reply