www.samajalive.in
Saturday, December 6, 2025
23.1 C
Bhubaneswar

ଜେଲ୍‍ କାନ୍ଥ ଡେଇଁ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

ଭଞ୍ଜନଗର: ବିଚାରାଧୀନ ବନ୍ଦୀ ଭାବେ ଭଞ୍ଜନଗର ଜେଲରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକ ଚମ୍ପଟ ମାରିଛି। ବୁଧବାର ଅପରାହ୍ନ ୨ଟା ୨୦ମିନିଟ ସମୟରେ ବାବୁ ଜେଲ କାନ୍ଥ ଡେଇଁ ଚମ୍ପଟ ମାରିଥିବା ଜେଲର ସୁପରିନଟେଣ୍ଡେଣ୍ଟ ସ୍ମିତାରାଣୀ ଖଟୁଆ ଭଞ୍ଜନଗର ଥାନା ଅଧିକାରୀ ଓ ଏସ୍‍ଡିପିଓଙ୍କୁ ସୂଚନା ଦେଇଥିଲେ। ବାବୁ ଜେଲର ୯ନଂ ସେଲର ରହି ଆସୁଥିଲା। ସେ ଝାଡା ଯିବ କହି ବାହର ପାଇଖାନାକୁ ଆସିଥିଲା। ଜେଲ କାନ୍ଥ ଡେଇଁ ଚମ୍ପଟ ମାରିବାରେ ବାବୁକୁ ବାହାରୁ କିଛି ସହଯୋଗୀ ସହାୟତା କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜେଲର ପଶ୍ଚିମ ଭାଗ ପାଚେରି କାନ୍ଥକୁ ଲାଗି ରହିଥିବା ପାହାଡର ଏକ ନିର୍ଜନ ଗଳି ରାସ୍ତାରେ ସହଯୋଗୀମାନେ ଜେଲ ଭିତରକୁ ରଶି ଫିଙ୍ଗି ବାବୁକୁ କୌଣସି ମତେ ଉପରକୁ ଉଠାଇ ଆଣିଥିଲେ। ଜେଲର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅଜ୍ଞତାରେ ବାବୁ ଜେଲ କାନ୍ଥ ଡେଇଁ ଚାଲିଯିବାରେ ସକ୍ଷମ ହୋଇଛି।
ଜେଲରେ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଜେଲ ସୁପରିନଟେଣ୍ଡେଣ୍ଟ କହିଛନ୍ତି। ବାବୁ ଚମ୍ପଟ ମାରିବା ଖବର ଗଞ୍ଜାମ ଜିଲାର ବିଭିନ୍ନ ଥାନାକୁ ସତର୍କ କରାଯାଇଛି। ପୁଲିସ୍‍ ସବୁ ରାସ୍ତାକୁ ନାକାବନ୍ଦୀ କରିଥିଲେ ହେଁ ବାବୁର ସନ୍ଧାନ ପାଇନି। ରାତି ପ୍ର୍ରାୟ ୭ଟା ସମୟରେ ଜେଲ୍‍ ଡିଆଇଜି ରଘୁନାଥ ମାଝୀ ଭଞ୍ଜନଗର ଜେଲରେ ପହଞ୍ଚି ଚମ୍ପଟ ଘଟଣାର ଅନୁଧ୍ୟାନ କରିଛନ୍ତି।
ବାବୁ ନାମରେ ଭଞ୍ଜନଗର, ତାରାସିଂ, ବୁଗୁଡା ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ଏସ୍‍ଡିପିଓ ଉତ୍କଳକେଶରୀ ଦାସ୍‍ ସୂଚନା ଦେଇଛନ୍ତି। ସେ ତାରସିଂ ପୁଲିସ୍‍ ଦ୍ୱାରା ଏନ୍‍କାଉଣ୍ଟରର ସମ୍ମୁଖୀନ ହୋଇଥିଲା। ପୁଲିସ୍‍ ଗୁଳିରେ ସେ ଆହତ ହୋଇ ଚିକିତ୍ସିତ ହେବା ପରେ ଜେଲ ଯାଇଥିଲା।
୨୦୧୭ ମସିହାରେ ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ବ୍ୟାଙ୍କ ଡାକାୟତି ମାମଲାରେ ବାବୁ ଗିରଫ ହୋଇ ଭଂଜନଗର ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହି ଆସୁଥିଲା। ଏକାଧିକ ଅପରାଧରେ ସଂପୃକ୍ତ ବାବୁ ପୂର୍ବରୁ ୧୧ ଥର ଜେଲ ଯାଇଛି ବୋଲି ଏଓ୍‍ଡିପିଓ ସୂଚନା ଦେଇଛନ୍ତି। ଭଞ୍ଜନଗର ସ୍ୱତନ୍ତ୍ର ଉପକାରାଗାରର ସୁରକ୍ଷା ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ରହୁଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା ଦିଗରେ ଜେଲ କର୍ତ୍ତୃପକ୍ଷଙ୍କ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେର୍ଶ କରୁଛି। ବ୍ରିଟିଶ୍‍ ଶାସନ ସମୟରୁ ଭଞ୍ଜନଗର ସହରର ମଧ୍ୟଭାଗରେ ସ୍ଥାପିତ ହୋଇଥିବା ଦକ୍ଷିଣ ଓଡିଶାର ଏହି ସର୍ବପୁରାତନ ଜେଲର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ନିମନ୍ତେ ନୂତନ ଭାବେ ଅତ୍ୟାଧୁନିକ ଜେଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ହେଲେ ଏଥିରେ ବିଳମ୍ବ ଘଟିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories