www.samajalive.in
Sunday, December 7, 2025
13.1 C
Bhubaneswar

ହୁଗୁଳି ନଦୀରେ ବୁଡ଼ିଗଲା ବାଂଲାଦେଶୀ ଜାହାଜ

କଲକାତା: ହୁଗୁଳି ନଦୀର ମହିଷାଦଳର ‘ହରିବଲ୍ଲଭପୁର’ ଓ ‘ବାଦୁର’ ମଧ୍ୟାଞ୍ଚଳରେ ଏକ ବାଂଲାଦେଶୀ ଜାହାଜ ବୁଡ଼ିଯିବାଦ୍ୱାରା ଘଟଣାକୁ ନେଇ ଆଜି ଚାଞ୍ଚଲ୍ୟ ଖେଳିଯାଇଛି। ସୁତାହାଟ ଥାନା ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ବଜବଜରୁ ଜାହାଜଟି ସାମଗ୍ରୀ ନେଇ ବାଂଲାଦେଶ ଯାଉଥିଲା। ଜାହାଜଟିର ନାମ ‘ଏମ୍‍ବି ସୋମ-୩’। ଜାହାଜରେ ୧୦ଜଣ ଭଳି ନାବିକ ଥିଲେ। ସୁତାହାଟ ଥାନା ପୁଲିସର ତତ୍ପରତାରେ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଜାହାଜ ମଧ୍ୟରେ ଥିବା ୧୦ଜଣ ନାବିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇଛି। ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପୁଲିସ ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ଜାହାଜଟି ଅଚାନକ କୂଳ ଆଡ଼କୁ ଚାଲି ଆସିଥିଲା। ଫଳରେ କୂଳ ନିକଟରେ ଅଧିକ ପଟୁମାଟି ଥିବା କାରଣରୁ ସେଠାରେ ଅଟକି ପଡ଼ିଥିଲା ଏବଂ ଧୀରେ ଧୀରେ ଜାହାଜଟି ବୁଡ଼ିବାକୁ ଆରମ୍ଭ କରିଥିଲା।
ମହିଷାଦଳ ଥାନା ଅଧିକାରୀ ପାର୍ଥ ବିଶ୍ୱାସ କହିଛନ୍ତି ଯେ ସକାଳେ ଖବର ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସଙ୍ଗେ ସଙ୍ଗେ ମେରିନ୍‍ ପୁଲିସକୁ ଖବର ଦେବାରୁ ସେମାନେ ଆସି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories